ନ୍ୟୁଜ୍

ମୁଖ୍ୟମନ୍ତ୍ରୀଙ୍କ କରୋନା ମୁକାବିଲା ମନ୍ତ୍ର, ‘କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହୁଅ’

ଭୁବନେଶ୍ୱର: ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇରେ କରୋନା ମୁକାବିଲା ପାଇଁ ପ୍ରସ୍ତାବ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ମାସର ଅଭିଜ୍ଞତା ଭିତ୍ତିରେ ନିର୍ଭୀକତାର ସହ ପ୍ରସ୍ତାବ ଦେବାକୁ ଆହ୍ୱାନ କରିଛନ୍ତି ନବୀନ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୁକାବିଲା ମନ୍ତ୍ର ଦେଇଛନ୍ତି ।

ପଞ୍ଚାୟତ ସ୍ତରରେ କୋଭିଡ କେୟାର କମିଟି କରି ପାଣ୍ଠି ଖର୍ଚ୍ଚ କରିବାକୁ କହିବା ସହ ତାଲିମ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତରେ ଟିଏମସି ଓ କୋଭିଡ କେୟାର ହୋମ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାକୁ କହିବା ସହ ଘରୋଇ ହସ୍ପିଟାଲଗୁଡ଼ିକୁ କରୋନା ନେଇ ସଚେତନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧୁ ନଥିବା ଲୋକଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇବା ସହ କୋରୋନା ମୁକାବିଲାରେ ସବୁ ସରକାରୀ ବିଭାଗକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top