ନ୍ୟୁଜ୍

ପିଆଜ ମାଳ ପକାଇ ଯୁବ-ଛାତ୍ର କଂଗ୍ରେସର ବିକ୍ଷୋଭ, ଦେଖନ୍ତୁ…

Youth congress

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପିଆଜକୁ ନେଇ ତାତି ବଢ଼ିବାରେ ଲାଗିଛି । ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିରୋଧୀ କଂଗ୍ରେସ । ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ଯୁବ କଂଗ୍ରେସର କର୍ମୀମାନେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖାଲି ସେତିକି ନୁହେଁ ଯୁବ କଂଗ୍ରେସ କର୍ମୀମାନେ ବେକରେ ପିଆଜ ମାଳ ପକାଇ ମନ୍ତ୍ରୀଙ୍କ ଘର ଆଗରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ ବାସ ଭବନକୁ ପିଆଜ ମାଡ଼ କରିଛନ୍ତି ।

ତେବେ କେବଳ ଯୁବ କଂଗ୍ରେସ ନୁହେଁ ଏହି ବିକ୍ଷୋଭରେ ଛାତ୍ର କଂଗ୍ରେସ ମଧ୍ୟ ସାମିଲ ଥିଲା । ସମସ୍ତେ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ, ରାଜ୍ୟ ଯୋଗାଣମନ୍ତ୍ରୀ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ଏହି ବିକ୍ଷୋଭରେ ସାମିଲ ଥିବା କର୍ମୀଙ୍କୁ ପୋଲିସ ଅଟକ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top