ନ୍ୟୁଜ୍

କେନ୍ଦ୍ରାପଡା ଏସ୍.ପି.ଙ୍କୁ ତୁରନ୍ତ ନିଲମ୍ବନ କରାଯାଉ: କଂଗ୍ରେସ

SP congress.docxgfx_00000.jpg1_00000.jpgup_00000

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସକମାନେ ଶାସନକୁ ହାତକୁ ନେଇ ଯିବାର ଆଉ ଏକ ନମୁନା ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଠାରେ ଦେଖିବାକୁ ମିଳିଛି । ଗତକାଲି ଓଡିଆ ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସ୍.ପି. ସର୍ବ ସମ୍ମୁଖରେ ଯେଭଳି ଆଚରଣ ପ୍ରଦର୍ଶନ କଲେ, ଏହା ଉପରେ ରାଜ୍ୟ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଘଟଣାର ନିନ୍ଦା କରିବା ସହ ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟରେ “କୀଚକ ବାହୁବଳେ ବିରାଟ ରାଜା” ହୋଇଥିବାର ଉଦାହରଣ ସୃଷ୍ଟି ହୋଇଛି ।

ରାଜ୍ୟରେ ଏକ ଅଥର୍ବ ସରକାରର ସୁଯୋଗ ନେଇ ପ୍ରଶାସକମାନେ ଶାସନକୁ ହାତମୁଠାକୁ ନେବା ଗଣତନ୍ତ୍ର ପାଇଁ ବିପଦ । ସଂପୃକ୍ତ ଏସ୍.ପି.ଙ୍କୁ ତୁରନ୍ତ ନିଲମ୍ବନ କରି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ଜ୍ଞାନେନ୍ଦ୍ର ଦୃଢ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top