ରାଜ୍ୟ

ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର

NAveen Patnaik

ଭୁବନେଶ୍ୱର: କେନ୍ଦ୍ର ଓବିସି କମିଶନଙ୍କ ତାଗିଦ ପରେ ଭାଙ୍ଗିଲା ସରକାରଙ୍କ ନିଦ । ଦୀର୍ଘ ବର୍ଷ ପରେ ସରକାରଙ୍କୁ ମନେ ପଡିଲା ପଛୁଆ ବର୍ଗଙ୍କ କଥା । ଆଉ ବହୁ ବାଦ ବିବାଦ ପରେ ପଛୁଆ ବର୍ଗଙ୍କ ଲାଗି ରାଜ୍ୟ ସରକାର ଗଠନ କଲେ ଓବସି କମିଶନ । ଆଜି ବିଧିବଦ୍ଧ ଭାବେ ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଓବିସି କମିଶନ ଅଧକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ତେବେ ଅଧକ୍ଷଙ୍କ ସହ 3 ସଦସ୍ୟ ଓ ଜଣେ ସଦସ୍ୟ ସଚିବଙ୍କୁ ବି ନିଯୁକ୍ତି ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନାରୀ ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଆଇଏଏସ ବୀର ବିକ୍ରମ ଯାଦବଙ୍କୁ କମିଶନଙ୍କ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର  । ତେବେ ରାଜ୍ୟରେ ପଛୁଆ ବର୍ଗଙ୍କ ଲାଗି ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଜଣାଇବା ପାଇଁ ଗତ ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର  । ଖାଲି ସେତିକି ନୁହେଁ ଦଇ ଦିନ ତଳେ କେନ୍ଦ୍ର ଓବସି କମିଶନ ଓଡିଶା ଗସ୍ତ କରି ରାଜ୍ୟରେ ପଛୁଆ ବର୍ଗଙ୍କ ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ  ।

ସେପଟେ ରାଜ୍ୟରେ ଦୀର୍ଘ ଦିନ ଧରି ପଛୁଆ ବର୍ଗଙ୍କୁ ଅବହେଳା କରାଯାଉଥିବା କଥା ଗତ କିଛି ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର‌୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇନାହାନ୍ତି ।

ଉଭୟ ଓବିସି ଓ ଏସଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗଦେବାରୁ ବଂଚିତ ହେଉଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ । ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର  ।

ଏହା ରାଜ୍ୟରେ ଓବିସି କମିଶନ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ ଚିଠି ମାଧ୍ୟମରେ ସରକାରଙ୍କୁ ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ । ତେବେ ଗତକାଲି ନିଜ ପତିକ୍ରିୟାରେ ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହେବା ସମ୍ଭବ ନୁହେଁ ବୋଲି ଯୁକ୍ତି ବାଢିଥିଲେ  । ହେଲେ ଆଜି ସରକାରଙ୍କ ଏପରି ଘୋଷଣା ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ବଡ କିନ୍ତୁ ସୃଷ୍ଟି କରିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top