X
Breaking News
ନ୍ୟୁଜ୍

ଖାଲି ହେଉଛି ବିଦ୍ୟୁତ ଉପଭୋକ୍ତାଙ୍କ ପକେଟ୍‌: ଘରୋଇ କମ୍ପାନୀ ପ୍ରେମରେ ସରକାର !

Dibya-card_00101

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ସେବା ଯୋଗାଉଥିବା ଘରୋଇ କମ୍ପାନୀକୁ ସରକାର ଅନୁକମ୍ପା ଦେଖାଉଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଅନୁକମ୍ପା ପାଇଁ ପେଶି ହେଉଛନ୍ତି ବିଦ୍ୟୁତ ଉପଭୋକ୍ତା । ଘରୋଇ କମ୍ପାନୀଗୁଡ଼ିକୁ କୋଟି କୋଟି ଟଙ୍କା ରାଜ୍ୟ ସରକାର ଋଣ ଦେଇଥିବା ବେଳେ ପରିଶୋଧ କେବେ କରିବେ ସେନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ଏହି ସବୁ ଋଣ ଟଙ୍କା ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କ ପକେଟ ଖାଲି କରୁଛନ୍ତି ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ । ବର୍ତ୍ତମାନର ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ରଖିଥିବା ଏକ ଉତ୍ତରରେ ସ୍ପଷ୍ଟ ବାରି ହେଉଛି ଯେ ଯେଉଁ ସବୁ କମ୍ପାନୀକୁ ସରକାର ଋଣ ଦେଇଛନ୍ତି ସେଥିରୁ କିଛି କାର୍ଯ୍ୟ ବନ୍ଦ କରିସାରିଛନ୍ତି ।

ମନ୍ତ୍ରୀଙ୍କ ଉତ୍ତରରେ ଦର୍ଶାଯାଇଛି ଯେ, ରାଜ୍ୟରେ ବିଦ୍ୟୁତ ସଂସ୍କାର  ପ୍ରକ୍ରିୟା ଅନୁଯାୟୀ  CESCO, WESCO, NESCO, SOUTHCO କମ୍ପାନୀର 51 ପ୍ରତିଶତ ଅଂଶଧନ ନିବେଶକମାନଙ୍କୁ ବିକ୍ରି କରାଯାଇଥିଲା  । CESCO ର 51 ପ୍ରତିଶତ (42 କୋଟି)   ନେଇଥିଲା ଏଇଏସ୍‌ । ସେହିଭଳି ଅନ୍ୟ 3ଟି କମ୍ପାନୀର ଅଂଶଧନ (117 କୋଟି) ନେଇଥିଲା ବିଏସ୍‌ଇଏସ୍‌ । ଏହି ଚାରୋଟି କମ୍ପାନୀର ଅବଶିଷ୍ଟ 49 ପ୍ରତିଶତ ଅଂଶଧନ ଗ୍ରୀଡକୋ ପାଖରେ ରହିଛି ।

ଏଇଏସ୍‌ କମ୍ପାନୀ ସେସୁର ପରିଚାଳନା ଭାର 2001ରେ ଛାଡ଼ିଥିଲା । ପରେପରେ ଅନ୍ୟ ତିନୋଟି ବିଦ୍ୟୁତ ବଣ୍ଟନ କମ୍ପାନୀର ବିଦ୍ୟୁତ ବିତରଣ ଲାଇସେନ୍ସ ରଦ୍ଦ କରିଥିଲା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ତେବେ ଏବେସୁଦ୍ଧା ସେହିସବୁ କମ୍ପାନୀଗୁଡ଼ିକ ଉପରେ ବକେୟା ରାଶି ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ମୋଟ 6846.03 କୋଟି ଟଙ୍କା ରହିଛି । WESCOର ମୋଟ 1526.85 କୋଟି, NESCOର ମୋଟ 1275.84 କୋଟି ଟଙ୍କା ରହିଛି ।

ସେହିଭଳି SOUTHCOର ବକେୟା 1170.13 କୋଟି ଟଙ୍କା ଥିବା ବେଳେ CESCOର ବକେୟା ସର୍ବାଧିକ 2873.21 କୋଟି ଟଙ୍କା । ତେବେ ଏବେ କଥା ଉଠୁଛି ସରକାର ଏହି ସବୁ ବକେୟା ଟଙ୍କା କେବେ ଫେରାଇ ଆଣିବେ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top