ଖେଳ

ବିଶ୍ୱକପ୍‌ରେ ଭାରତ ବନାମ ପାକ୍‌: ସବୁବେଳେ ହାରିଛି ପାକିସ୍ତାନ, ଦେଖନ୍ତୁ ରିପୋର୍ଟ

India - Pakistan

ବର୍ତ୍ତମାନ ସୁଦ୍ଧା ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ରେ ଖେଳାଯାଇଥିବା ସମସ୍ତ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି । ଗୋଟିଏ ବି ମ୍ୟାଚ୍‌ରେ ଭାରତର ପରାଜୟ ହୋଇନାହିଁ । ତେଣୁ 2019 ବିଶ୍ୱକପ୍‌ରେ ମଧ୍ୟ ଆଜି ହେବାକୁ ଥିବା ଭାରତ ପାକ୍‌ ମ୍ୟାଚ୍‌ରେ ଭାରତ ବିଜୟୀ ହେବ ବୋଲି ଦଳର ଦୃଢ ବିଶ୍ୱାସ ରହିଛି ।

ଯଦି ଇତିହାସ ଉପରେ ନଜର ପକାଇବା ୧୯୯୨ ବିଶ୍ୱକପ୍‌ରେ ଭାରତଠାରୁ 43 ରନ୍‌ରେ ପାକିସ୍ତାନ ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଖେଳାଯାଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୬ ରନ୍‌ କରିଥିଲା । ଦଳ ପକ୍ଷରୁ ସଚ୍ଚିନ ତେନ୍ଦୁଲକର ସର୍ବାଧିକ ୫୪ ରନ୍‌ କରିଥିଲେ । ପାକିସ୍ତାନ ପକ୍ଷରୁ ମୁସ୍ତାକ ଅହମ୍ମଦ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ୨୧୭ ରନ୍‌କୁ ପିଛା କରି ପାକିସ୍ତାନ ମାତ୍ର ୧୭୩ ରନରେ ଅଲଆଉଟ୍‌ ହୋଇଯାଇଥିଲା । ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ପାଇଁ ସଚ୍ଚିନ ତେନ୍ଦୁଲକରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

ସେହିଭଳି ୧୯୯୬ ବିଶ୍ୱକପରେ ଭାରତଠାରୁ 39 ରନ୍‌ରେ ପାକିସ୍ତାନ ପରାଜିତ ହୋଇଥିଲା । ଭାରତର ବେଙ୍ଗାଲୁରୁ ସହରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୮୭ ରନ୍‌ କରିଥିଲା । ଦଳ ପକ୍ଷରୁ ନବଜୋତ୍‌ ସିଂ ସିନ୍ଧୁ ସର୍ବାଧିକ ୯୩ ରନ୍‌ କରିଥିଲେ । ଜବାବ୍‌ରେ ପାକିସ୍ତାନ୍‌ ୨୪୮ ରନ୍‌ କରି ପାରିଥିଲା । ୯୩ ରନ୍‌ କରିଥିବା ପାଇଁ ସିନ୍ଧୁଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

ତେବେ ୧୯୯୯ ବିଶ୍ୱକପ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା ।  ଭାରତ ବନାମ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା ସତ କିନ୍ତୁ ଶେଷରେ ପାକ୍‌ ପରାଜୟର ସ୍ୱାଦ ପୁଣି ଚାଖିଥିଲା । ଇଂଲଣ୍ଡର ମଂଚେଷ୍ଟରରେ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍‌ କରିଥିଲା । ଦଳ ପକ୍ଷରୁ ରାହୁଲ ଦ୍ରାବିଡ଼ ୬୧ ରନ୍‌ କରିଥିବା ବେଳେ କ୍ୟାପ୍‌ଟେନ୍‌ ମହମ୍ମଦ୍‌ ଆଝାରୁଦ୍ଦିନ ୫୯ ରନ୍‌ କରିଥିଲେ । ୨୨୮ ରନ୍‌ର ବିଜୟ ଲକ୍ଷକୁ ପିଛା କରି ପାକିସ୍ତାନ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ୫ଟି ୱିକେଟ୍‌ ନେଇଥିବା ଭେଙ୍କଟେଶ୍‌ ପ୍ରସାଦ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

୨୦୦୩ ବିଶ୍ୱକପରେ ମଧ୍ୟ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା । ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆରନ୍‌ରେ ହୋଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ୍‌ ସଇଦ ଅନୱାରଙ୍କ ଶତକ ବଳରେ ୨୭୩ ରନ୍‌ କରିଥିଲା । ଜବାବରେ ଭାରତ ୨୭୪ ରନ୍‌ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ୪୫ ଓଭରରେ ରନ୍‌ ଚେଜ୍‌ କରି ବିଜୟ ହୋଇଥିଲା । ଏହି ମ୍ୟାଚରେ ସଚ୍ଚିନ ତେନ୍ଦୁଲଙ୍କରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା ।

ବିଶ୍ୱକପ୍‌ ୨୦୧୧ରେ ଭାରତର ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ ୨୬୦ ରନ କରିଥିଲା । ଜବାବରେ ପାକିସ୍ତାନ ୨୩୧ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଏହି ମ୍ୟାଚରେ ସଚ୍ଚିନ ତେନ୍ଦୁଲଙ୍କରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top