X
Breaking News
ଅପରାଧ

AIIMSରେ ଚାକିରୀ କରାଇଦେବା ନାଁରେ ଠକୁଥିଲା ନକଲି ନର୍ସ, ଗିରଫ କଲା ଖଣ୍ଡଗିରି ପୋଲିସ

AIIMS ISSUE_CARD_GFX_00000

ଭୁବନେଶ୍ୱର: ଚାକିରୀ ଦେବା ନାଁରେ ୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନକଲି ନର୍ସ ଗିରଫ । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ସମ୍ପୃକ୍ତ ନକଲି ନର୍ସକୁ ଗିରଫ କରିଛି । ଗିରଫ ନର୍ସ ହେଲେ କନ୍ଧମାଳ ଦାରିଙ୍ଗିବାଡି ଅଚଂଳର କବିତା ଅଧିକାରୀ ।

କବିତା ନିଜକୁ ଭୁବନେଶ୍ୱର ଏମ୍ସରେ ଷ୍ଟାଫ୍‌ ନର୍ସ କହି ହସ୍ପିଟାଲରେ ଚାକିରୀ କରାଇଦେବା ନାଁରେ ଠକିଥିଲା । ପୂର୍ବରୁ କବିତା କଟକରେ ଠକେଇ ଘଟଣାରେ ମଧ୍ୟ ଗିରଫ ହୋଇଥିଲା । ତେବେ କବିତା ଏମ୍ସରେ ଷ୍ଟାଫ ନର୍ସ କହି ଖଣ୍ଡଗିରି ଅଚଂଳରେ ଘର ଭଡା ନେଇ ରହୁଥିଲା । ଘର ମାଲିକଙ୍କ ମୃତ୍ୟୁ ପରେ ମାଲିକାଣୀ ଅସୁବିଧାରେ ଚଳୁଥିଲେ । ଏହାର ସୁଯୋଗ ନେଇ କବିତା ମାଲିକାଣୀ ଶାନ୍ତି ସାହୁଙ୍କୁ ଜାଲରେ ଫସାଇଥିଲା ।

ତାଙ୍କୁ ଏମ୍ସରେ ଚାକିରୀ କରେଇଦେବା ନାଁରେ ପ୍ରଥମ ପର୍ଯ୍ୟାୟରେ ୫୦ହଜାର ଟଙ୍କା ଠକି ନେଇଥିଲା । ଏହି ଘଟଣା ପରେ ଶାନ୍ତିଙ୍କ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁ କବିତା ଜାଲରେ ଫସିଯାଇଥିଲେ । ତାଙ୍କୁ ମଧ୍ୟ ଏମ୍ସରେ ଡାଟା ଏଣ୍ଟ୍ରି ଓ ସୁପରଭାଇଜର ଭାବେ ଚାକିରୀର ପ୍ରୋଲଭନ ଦେଖାଇଥିଲା ।

ସେମାନଙ୍କଠାରୁ ୪ଲକ୍ଷ ୫୦ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା କବିତା । ଏହି ଘଟଣାରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶାନ୍ତି ଓ ତାଙ୍କ ସମ୍ପର୍କୀୟ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ତେବେ କବିତାଙ୍କ ପଛରେ ଆଉ କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ପୋଲିସ ଖୋଜୁଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top