ଅପରାଧ

୮ ଦାମୀ କାର ସମେତ ୨ ଗିରଫ, ଅଭିଯୁକ୍ତ ଉଚ୍ଚ ଶିକ୍ଷିତ… !

CAR

ଭୁବନେଶ୍ୱର: 8ଟି ଦାମୀ କାର୍‌ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଏଥରେ 5 ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଖଣ୍ଡଗିରି ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଏକ 8ଟି ଦାମୀ କାର୍‌ ସମେତ 5 ଜଣିଆ ଆନ୍ତଃରାଜ୍ୟ କାର୍‌ ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯାଇଛି ।

ସବୁଠାର ବଡ଼ କଥା ହେଲା ଏହି 8ଟି କାର୍‌ ମଧ୍ୟରୁ 7ଟି ପଶ୍ଚିମବଙ୍ଗର । ଏହି ଗ୍ୟାଙ୍ଗରେ ଆହୁରି ଅନେକ ଡକାୟତ ସାମିଲ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଏବେ ବି ଚଢ଼ାଉ ଜାରି ରଖିଛି । ଆଉ କିଛି ଅଭିଯୁକ୍ତ ଗିରଫ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ପରିଚୟ ଗୁପ୍ତ ରଖିଛି ପୋଲିସ ।

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବିଭିନ୍ନ ଢ଼ଙ୍ଗରେ ନୂଆ ଷ୍ଟାଇଲ୍‌ରେ ଗାଡ଼ି ଚୋରି କରିଛନ୍ତି । ସମସ୍ତ ଅଭିଯୁକ୍ତ ଉଚ୍ଚ ଶିକ୍ଷିତ ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ WB08F 0636, WB 02AM 7744, WBAS 01BZ 4994, WB 06R 6255, WB 52AR 7731, WB 02AL 7506, AS 01BZ 4994 ନମ୍ବର ଯୁକ୍ତ କାର୍‌ ସେମାନଙ୍କଠାରୁ ପୋଲିସ ଜବତ କରିଛି । ପୋଲିସ ସୂଚନା ଦେଇଛି ଯେ, ସବୁ ଜବତ ଗାଡ଼ି ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ କିଣାଯାଇଛି କିଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top