ଅପରାଧ

ମହିଳା ଆଇନଜୀବୀଙ୍କ ମୃତ୍ୟୁ ଘଟଣା, ଆତ୍ମସମର୍ପଣ କଲା ଦିପାଳୀଙ୍କ ପୁରୁଷବନ୍ଧୁ…

DIPALI

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହିଳା ଆଇନଜୀବୀ ଆତ୍ମହତ୍ୟା ମାମଲାରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ଗତ ଅକ୍ଟୋବର 20ରେ ଜଣେ ମହିଳା ଆଇନଜୀବୀ ବେକରେ ଫଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ସେହି ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ସନ୍ଦେହ ଘେରରେ ରଖିଥିଲା । ଦୀର୍ଘ ଦିନ ହେବ ପୁରୁଷ ବନ୍ଧୁ ଜଣକ ଫେରାରଥିବା ବେଳେ ଆଜି ସେ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି ।

ଗତ 20 ଅକ୍ଟୋବରରେ ଭୁବନେଶ୍ୱର ଲିଙ୍ଗିପୁରର ଏକ ଭଡ଼ାଘରୁ ମହିଳା ଆଇନଜୀବୀ ଦିପାଳୀ ପ୍ରିୟଦର୍ଶିନୀ ଜେନାଙ୍କ ସନ୍ଦେହଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାରେ ଧଉଳି ପୋଲିସ ତଦନ୍ତ ଚଳାଇଥିଲା ।

ଦପାଳୀଙ୍କ ମୃତ୍ୟୁକୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ପରେ ସେମାନେ ଦୀପାଲିଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ସନ୍ଦେହ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top