X
Breaking News
ଅପରାଧ

ବାଙ୍କୀରେ ବଢୁଛି ଚୋରାମଦ କାରବାର, ଅବକାରୀ ବିଭାଗ ସବୁ ଦେଖି ଚୁପ୍‌

Beer

ବାଙ୍କୀ: ସାରା ରାଜ୍ୟରେ ବଢି ଚାଲିଛି ଚୋରା ମଦ କାରବାର । ଅନ୍ୟପଟେ ଏବେ ଗଳି କନ୍ଦିରେ ମଦ ବିକ୍ରି ହେଉଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ତେଣୁ ବିଭିନ୍ନ ସମୟରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଥିବା ନଜିର ରହିଛି । ଖାଲି ସେତିକି ନୁହେଁ ରାଜ୍ୟରେ  ମହିଳାମାନେ ମଦ ଦୋକାନ ଭାଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ତେବେ ରାଜ୍ୟରେ ମହିଳାଙ୍କ ପକ୍ଷରୁ ଏତେ ମାତ୍ରାରେ ବିରୋଧ ହେଉଥିଲେ ମଧ୍ୟ ବାଙ୍କୀରେ ଚୋରା ମଦ କାରବାର ବନ୍ଦ ହେଉ ନାହିଁ । ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ମୁଖ୍ୟମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଚୋରା ମଦ ବେପାରକୁ ପ୍ରଶ୍ରୟ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାରଣ ଅବକାରୀ ବିଭାଗର ଆଖି ଆଗରେ ଚୋରା ମଦ କାରବାର ହେଉଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

Banki Abakari adhikari

ଅବକାରୀ ବିଭାଗ ଅଧିକାରୀ

ତେବେ ଏନେଇ ବାଙ୍କୀ ଅବକାରୀ ବିଭାଗ ଅଧିକାରୀ ଥାର୍ପା ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ, ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇ କୌଣସି ଉତ୍ତର ଦେଇପାରିବେ ନାହିଁ ବୋଲି କହିଥିଲେ । ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡ଼ାଇ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ତେବେ ସାଧାରଣରେ ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରାଯାଇଛି । ଅଧିକାରୀ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମ୍ନା କରିବାକୁ କାହିଁକି ଭୟ କରୁଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ତେବେ ଚୋରା ମଦ ବେପାରୀଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବାରୁ ଅଧିକାରୀ ଏଭଳି ଆଚରଣ ଦେଖାଉଛନ୍ତି ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top