ଅପରାଧ

ପୁରୀରୁ ନକଲି ପରୀକ୍ଷାର୍ଥୀ ଗିରଫ

fake

ପୁରୀ: ଚାଲିଛି ମାଟ୍ରିକ୍‌ ପରୀକ୍ଷା । ଲଗାତର କିଛି ବର୍ଷ ମାଟ୍ରିକ୍‌ ପରୀକ୍ଷାର ପିଛା ଛାଡ଼ୁନି ବିବାଦ । କେତେ ବେଳେ ପ୍ରଶ୍ନପତ୍ର ଭାଇରାଲ ହେଉଛି ତ, କେତେବେଳେ ସ୍କୁଲ ପାଚେରୀ ଡେଇଁ କପି କରିବାକୁ ସୁଯୋଗ ଦିଆଯାଉଛି । ପରୀକ୍ଷାକୁ ନେଇ ଏଭଳି ବିଭିନ୍ନ ସମୟରେ ନାନା ଅଭିଯୋଗ ରହିଛି । ହେଲେ ଚଳିତ ମାଟ୍ରିକ୍‌ ପାରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ସହ କପି କରୁଥିବା ବେଳେ ଅନେକ ଛାତ୍ରୀଛାତ୍ରୀ ଧରାପଡ଼ିଛନ୍ତି । ଏହା ସହ ଏଥର ସବୁଠାରୁ ବଡ଼ କଥା ହେଲେ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଜଣେ ଦେଉଛନ୍ତି ପରୀକ୍ଷା । ତେବେ ଚଳିତ ଥର ଏକାଧିକ ନକଲି ପରୀକ୍ଷାର୍ଥୀ ଧରାପଡ଼ି ସାରିଲେଣି ।

ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ଜଣେ ନକଲି ପରୀକ୍ଷାର୍ଥୀକୁ ଆଜି ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ନକଲି ପରୀକ୍ଷାର୍ଥୀ ହେଉଛନ୍ତି ସୌମ୍ୟରଞ୍ଜନ ମହାନ୍ତି । ସେ ପଥରପଦା ହାଇସ୍କୁଲର ଜଣେ ଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ୍‌ ନେଇ ତାଙ୍କ ନାଁରେ ପରୀକ୍ଷା ଦେଉଥିଲେ । ତେବେ ପରୀକ୍ଷା ସେଣ୍ଟର ଶିକ୍ଷକଙ୍କର ସନ୍ଦେହ ହେବାରୁ ତାଙ୍କୁ ପଚରା ଉଚରା କରିଥିଲେ । ପରେ  ପରୀକ୍ଷା ସେଣ୍ଟରର ଅଧିକ୍ଷକ ମଧ୍ୟ ଏନେଇ ନକଲି ପରୀକ୍ଷାର୍ଥୀଙ୍କୁ ପଚାରିବାରୁ ତାଙ୍କ କଥାରୁ ସନ୍ଦେହ ଜାତ ହୋଇଥିଲା । ପରେ ସେ ନକଲି ପରୀକ୍ଷାର୍ଥୀ ଜଣାପଡିବାରୁ ତାଙ୍କୁ ପୋଲିସ ଜିମା ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ଏହି ଘଟଣାକୁ ନେଇ କନକଦୁର୍ଗା ସ୍କୁଲର ପ୍ରଧାନ ଶିକ୍ଷକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସଦର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top