ଅପରାଧ

ଖାକିର ଦାଦାଗିରି, ନାବାଳିକାଙ୍କୁ ଭିଡିଓ ଭାଇରାଲର ଧମକ ଦେଉଛି ପୋଲିସ !

IIC Threaten

ଯାଜପୁର: ଖାକି କରୁଛି ଦାଦାଗିରି । ନ୍ୟାୟ ପାଇଁ ଥାନାକୁ ଯାଉଥିବା ଯୁବତୀଙ୍କୁ କରୁଛି ଖରାପ ବ୍ୟବହାର । ଭିଡିଓ ଭାଇରାଲ୍ କରିଦେବାର ଦେଉଛି ଧମକ । ପୋଲିସ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଆଉ ପୁଣିଥରେ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲା ପୋଲିସ । ଆଉ ବିଞ୍ଝାରପୁର ଥାନାର ଆଇଆଇସିଙ୍କ ଏପରି ବ୍ୟବହାର ପୁଣିଥରେ ଆସିଛି ଚର୍ଚ୍ଚାକୁ ।

ମୋ ପୋଲିସ, ମୋ ସରକାର, 5T । ଏପରି ନାନାକଥା କହି ଲୋକଙ୍କୁ ସେବା ଯୋଗାଇବା କଥାର ବାହାସ୍ପୋଟ ମାରୁଛନ୍ତି ସରକାର । ଆଉ ରାଜ୍ୟ ରାଜ କୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଦିଆଯାଉଛି ତାଲିମ୍, ହେଲେ ସ୍ଥିତି କିନ୍ତୁ ବଦଳୁନାହିଁ । ଜଣେ 17 ବର୍ଷୀୟା ନାବାଳିକା ନ୍ୟାୟ ପାଇଁ ପୋଲିସ ପାଖରେ ପହଁଚିଥିବା ବେଳେ ପୋଲିସର ଏପରି ବ୍ୟବହାର ନେଇ ସମ୍ପୃକ୍ତ ନାବାଲିକାଙ୍କ ଅଭିଯୋଗ ପୁଣିଥରେ ପୋଲିସ ବିଭାଗ ପାଇଁ ଅଡୁଆ ବଢାଇଛି । କାହା ବଳରେ ବଳିୟାନ୍ ହୋଇଛନ୍ତି ବିଞ୍ଝାରପୁର ଆଇଆଇସି ? ଜଣେ ନାବାଳିକାଙ୍କୁ ଏପରି ବ୍ୟବହାର କରିବା ପାଇଁ ତାଙ୍କର ସାହସ ହେଲା କେମିତି ? ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top