ଅପରାଧ

ଚାନ୍ଦବାଲିରେ ବଢିଚାଲିଛି ଅପରାଧ: ଦାଦାବଟି ନଦେବାରୁ ଗୋଡ଼େଇ ଗୋଡ଼େଇ ବ୍ଲେଡ୍‌ରେ ଆକ୍ରମଣ

Blade attack at Chandbali

ଭଦ୍ରକ: ଚାନ୍ଦବାଲିରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ଦାଦାବଟି ନଦେବାରୁ ଜଣେ ଗାଡ଼ି ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ପ୍ରତିଦିନ ଘଂଟେଶ୍ୱର ବଜାରରେ ଅଭିଯୁକ୍ତ ସିଲୁଆ ଦାସ ଓ ତାର କିଛି ସହଯୋଗୀ ଗାଡ଼ିଗାଳକ ମାନଙ୍କ ଠାରୁ ଜୋର୍‌ଜବରଦସ୍ତ ଦାଦାବଟି ଆଦାୟ କରିଥାନ୍ତି । ଯେଉଁମାନେ ବଟି ଦେବା ପାଇଁ ମନା କରନ୍ତି ସେମାନଙ୍କୁ ଆକ୍ରମଣ କରିଥାନ୍ତି । ତେବେ ଗତାକଲି ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ପ୍ରଫୁଲ୍ଲ ଦାସ୍‌ ନାମକ ଜଣେ ବ୍ୟକ୍ତି ଗାଡ଼ି ନେଇ ଯାଉଥିବା ବେଳେ ସୁଲିଆ ତାଙ୍କୁ ଅଟକାଇ ବଟି ମାଗିଥିଲା । ହେଲେ ପ୍ରଫୁଲ୍ଲ ଦିନକୁ ଦୁଇଥର ଟଙ୍କା ଦେଇ ପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଫଳରେ ସୁଲିଆ ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଫୁଲ୍ଲଙ୍କୁ ମାଡ଼ ମାରିବା ସହ ଏକ ଧାରୁଆ ବ୍ଲେଡ଼ରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା ।

ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ପ୍ରଫୁଲ୍ଲ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ଘଂଟେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଘଂଟେଶ୍ୱର ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ ହେବା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଖୋଜୁଥିବା ଜାଣି ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top