ଅପରାଧ

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ । ଗଂଜାମ ଧରାକୋଟ ଥାନା ବାଦଗଡଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ନାମ ବାବୁ ପ୍ରଧାନ । ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ବାବୁ ନାମରେ କୁଲାଗଡ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ସୁବାଷ ସାହୁ ହତ୍ୟା ମାମଲା ରହିଛି । ଗତ କିଛିଦିନ ତଳେ ସେ ଜାମିନ୍‌ରେ ଆସିଥିଲା ବୋଲି ସୂଚନା ରହିଛି । ବାବୁକୁ ଚାରିରୁ ଅଧିକ ଯୁବକ ଖଣ୍ଡାରେ ହାଣି ଫେରାର ହୋଇଯାଇଥିବା କୁହାଯାଉଛି । ଆକ୍ରମଣର ପ୍ରକୃତ କାରଣ ଜଣାପଡି ନାହିଁ । ଧରାକୋଟ ଓ ଶେରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top