ଅପରାଧ

ସୁଧୁରୁନି ସ୍ୱାସ୍ଥ୍ୟସେବା… ଘରୋଇ ମେଡିକାଲ ପରେ ନର୍ସିଂହୋମ୍‌ ନେଉଛନ୍ତି ରୋଗୀଙ୍କ ଜୀବନ !

soro nursing home

ବାଲେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅତ୍ୟନ୍ତ ଦୟନୀୟ ଅବସ୍ଥା ହେଲାଣି । ସରକାରୀ ମେଡିକାଲଠାରୁ ଆରମ୍ଭ କରି ଘରୋଇ ମଡିକାଲ ପର୍ଯ୍ୟନ୍ତ କୋଉଠି ବି ରୋଗୀଙ୍କୁ ନିସ୍ତାର ନାହିଁ । ସରକାରୀ ମେଡିକାଲରେ ଚିକିତ୍ସା ସେବା କିଭଳି ଥାଏ ତାହା କାହାକୁ ଅଛପା ନାହିଁ, ତେଣୁ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ବାଛୁଚନ୍ତି ରୋଗୀ । ହେଲେ ମହରଗରୁ ଯାଇ କାନ୍ତାରେ ପଡ଼ିବା ଭଳି, ଘରୋଇ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ହେଉଛି । ଚିକିତ୍ସା ତ ଦୂରେ ଥାଉ କେବଳ ଟଙ୍କା ପାଇଁ ରୋଗୀଙ୍କୁ ନାନା ପ୍ରକାର ନିର୍ଯାତନା ଦେଉଛନ୍ତି ଘରୋଇ ହସ୍ପିଟାଲ ।

ତେବେ ଖାଲି ଘରୋଇ ହସ୍ପିଟାଲ ନୁହେଁ ଏମିତିକି ନର୍ସିଂହୋମ୍‌ ମଧ୍ୟ ରୋଗୀଙ୍କୁ ଶୋଷଣ କରିବା ସହ ଜୀବନ ସହ ଖେଳୁଛନ୍ତି । ନର୍ସିଂହୋମରେ ରୋଗୀଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କ ଜୀବନ ସହ ଖେଳାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାଜ୍ୟରେ ନକଲି ଡାକ୍ତରଙ୍କ କାୟା ବିସ୍ତାରର ଗୁମର ମଧ୍ୟ ଖୋଲୁଛି । ତେବେ ରୋଗୀ ଯିବେ ତ କୋଉଠିକି ଯିବେ ବୋଲି ଏବେ ଚିନ୍ତାରେ ପଡ଼ିଛନ୍ତି ?

ଗୋଟିଏ ନର୍ସିଂ ହୋମ୍‌ରେ ଜଣେ ରୋଗୀଙ୍କୁ ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋରରୁ । ବେଆଇନ ନିର୍ସିଂହୋମ୍‌ ଉପରେ ସରକାରଙ୍କ ଅଙ୍କୁଶ ନାହିଁ ! ନର୍ସିଂ ହୋମ ପଛରେ ବଡ଼ ବଡ଼ିଆ ନେତାଙ୍କ ପ୍ରଛନ୍ନ ହାତ ରହିଛି । ତେଣୁ ନିର୍ଦ୍ୱନ୍ଦ୍ୱରେ ଲୋକଙ୍କୁ ଲୁଟୁଛନ୍ତି ନର୍ସିଂହୋମ ମାଲିକ । ଏହା ପଛରେ ଶାସକ ଦଳ ବିଧାୟକଙ୍କ ପ୍ରଛନ୍ନ ହାତ ଥିବା ମଧ୍ୟ ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ 5T ନାରା ଚାଲିଥିବାବେଳେ ଘରୋଇ ନର୍ସିଂହୋମରେ ଅଙ୍କୁଶ ଲଗାଇବାକୁ କାହାର ନଜର ନାହିଁ । ରୋଗୀଙ୍କ ପାଖରୁ ମୋଟା ଅଙ୍କର ଅର୍ଥ ଆଦୟ କରି ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଉଛି ।

ସୋରରେ ଥିବା ମଣିଷ ମରା ମିଶ୍ର ନର୍ସିଂହୋମରେ ଭୁଲ୍‌ ଇଂଜେକସନ ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଗଲା । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ତେବେ ନର୍ସିଂହୋମ ପକ୍ଷରୁ ୭୦ହଜାର ଟଙ୍କା ଦେଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା । ଏନେଇ ଖବର ପ୍ରସାରଣ ପରେ ସୋର ପୋଲିସ 632/19 ଅନୁସାରେ ଏକ ମାମଲା ରୁଜୁ କରିଛି । ୩୦୪ ଭଳି ସଙ୍ଗିନ୍‌ ଦଫା ଲଗାଇ ମିଶ୍ର ନର୍ସିଂହୋମ ମାଲିକ ନାଁରେ ମାମଲା ରୁଜୁ ହୋଇଛି । ତଥାପି ସୋର ପୋଲିସ ହାତବାନ୍ଧି ବସିଛି ।

ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ବେଆଇନ ଭାବେ ଚାଲୁଥିବା  ଅଲଟ୍ରାସାଉଣ୍ଡ ମେସିନକୁ ବାଲେଶ୍ବର ଉପଜିଲ୍ଲାପାଳ, CDMO ଚଢଉ କରି  ମିଶ୍ର ନର୍ସିଂହୋମକୁ ବର୍ଷେ  ଯାଏ ସିଲ୍‌ କରିଥିଲେ । ଏବେ କାହା ବଳରେ ଖୋଲାଗଲା ନର୍ସିଂହୋମ ? କିଏ ରହିଛି ଏହି ନର୍ସିଂହୋମ ଖୋଲିବା ପଛରେ ? ମଣିଷ ମାରିବାର ସଂଙ୍ଗିନ ଅଭିଯୋଗ ଆସିଛି ମିଶ୍ର ନର୍ସିଂହୋମ ନାଁରେ । ତଥାପି ପ୍ରଶାସନ ଚୁପ୍‌ । ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

ଅନ୍ୟପକ୍ଷରେ ସୋର ସରକାରୀ ଡାକ୍ତରଖାନାରେ ସବୁ୍ପ୍ରକାର ଭିତ୍ତିଭୂମି ଥାଇ ବି ଦୁଇ ବର୍ଷ ମଧ୍ୟରେ ଅସ୍ତ୍ର ପ୍ରଚାରଟିଏ ହୋଇପାରିଲା ନାହିଁ । ଆଉ ସରକାରୀ ଡାକ୍ତର ମାଳମାଳ ଘୋରେଇ ନର୍ସିଂହୋମରେ ରୋଗୀଙ୍କୁ ଚିକିତ୍ସା ନାଁରେ ମୋଟା ଅଙ୍କର ଅର୍ଥ ଶୋଷଣ କରୁଛନ୍ତି । ସରକାରଙ୍କ 5T କିଭଳି କାମ କରୁଛି, ତାହା ସୋରରୁ ଜ୍ୱଳନ୍ତ ପ୍ରମାଣ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top