X
Breaking News
ଅପରାଧ

ଜଳେଶ୍ୱରରେ ବଢ଼ୁଛି ଦେହ ବ୍ୟବସାୟ, ଗାଁ ଲୋକଙ୍କ ଦ୍ୱାରା ବଙ୍ଗୀୟ ଯୁବତୀ ଅଟକ !

Jaleswar Police Station

ବାଲେଶ୍ୱର: ପୁଣି ବାଲେଶ୍ୱରରେ ସେକ୍ସ ରାକେଟ୍‌ ଠାବ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଚମାରଦିଗ ଆଦିବାସୀ ସାହିରେ ସେକ୍ସ ରାକେଟ୍‌ ଠାବ କରାଯାଇଛି । ଏହାକୁ ଠାବ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କଲିକତାରୁ ଦଲାଲମାନେ ଯୁବତୀଙ୍କୁ ଆଣି ଏଠାରେ ଦେହ ବ୍ୟବସାୟ କରାଉଛନ୍ତି । ଖୁଲମ ଖୁଲା ଭାବେ ଦୀର୍ଘ ଦିନ ହେବ ଏଭଳି ଚାଲୁଛି । ହେଲେ ପୋଲିସର ନଜର ପଡ଼ୁ ନାହିଁ କିପରି ତାହା ଏବେ ସନ୍ଦେହ ଘେରରେ । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ପୋଲିସ ମୋଟା ଅଙ୍କର ହାତଗୁଞ୍ଜା ନେଇ ଦେହ ବ୍ୟବସାୟକୁ ପ୍ରଶ୍ରୟ ଦେଉଛି । ପଶ୍ଚିମବଙ୍ଗ କଲିକତା ହାଡ଼କଟା ଯାଏଁ ଏଭଳି ଦେହ ବ୍ୟବସାୟ ପ୍ରବଳ ମାତ୍ରାରେ ବ୍ୟାପିଛି । ହେଲେ ପୋଲିସ ହାତ ଖାଲି ।

ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଚମାରଦିଗ ଆଦିବାସୀ ସାହିରେ କିଛି ଦଲାଲ କଲିକତାରୁ ଦେହଜୀବୀଙ୍କୁ ଆଣି ରଖିଥିଲେ । ସେମାନଙ୍କୁ ବିଭିନ୍ନ ହୋଟେଲରେ ଦେହବ୍ୟବସାୟ କରିବା ପାଇଁ ପଠାଉଥିଲେ । ତେବେ ଏନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଗତକାଲି ବିଳମ୍ବିତ ରାତିରେ ଦେହଜୀବୀ ରହୁଥିବା ଘରେ ଚଢ଼ାଉ କରିଥିଲେ । ସେଠାରେ ଜଣେ ବଙ୍ଗୀୟ ଯୁବତୀ ଓ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିର ସେକ୍‌ ଆଝାର୍‌ ନାମକ ଜଣେ ଯୁବକଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ । ଏହା ପରେ ସେମାନଙ୍କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top