X
Breaking News
ଅପରାଧ

କେବେ ଥମିବ ଏଭଳି କାଣ୍ଡ ? କ’ଣ କରୁଛି ପୋଲିସ୍‌ ପ୍ରଶାସନ ?

PURI Duskarma

ପୁରୀ: ପୁଣି ଓଡ଼ିଶା ପାଇଁ ଯୋଡ଼ି ହେଲା ଆଉ ଏକ ଲଜ୍ଜାର ଫର୍ଦ୍ଦ । ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଓଡ଼ିଶାରେ ମଧ୍ୟ ଘଟିଛି ସମାନ ଘଟଣା । ବସ୍‌ ଭିତରେ ଜଣେ ନାବାଳିକାଙ୍କୁ ହେଲ୍‌ପର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ବସ୍‌ ହେଲ୍‌ପର୍‌କୁ ଗିରଫ ମଧ୍ୟ କରିଛି । ଏଭଳି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ପୁରୀ  ଜିଲ୍ଲାରେ । ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ କିମ୍ବା ଜନଶୂନ୍ୟ ସ୍ଥାନରେ ନୁହେଁ । ଏହି ଘଟଣା ଘଟିଛି ପୁରୀ ବସ୍‌ ଷ୍ଟାଣ୍ଡ ନିକଟରେ ରହିଥିବା ଏକ ଏସି ବସ୍‌ ଭିତରେ ।

ସବୁଠାରୁ ବଡ଼ କଥା ହେଲା ଏବେ ରଥଯାତ୍ରା ପାଇଁ ପୁରୀରେ ବ୍ୟପକ ପୋଲିସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତାଠାରୁ ଆହୁରି ବଡ଼ କଥା ମଧ୍ୟ ରହିଛି ଯେ, ପ୍ରତି ମୂହୁର୍ତ୍ତରେ ହଜାର ହଜାର ଲୋକ ଏବେ ପୁରୀ ଯାଆସ କରୁଛନ୍ତି । ବସ୍‌ ଷ୍ଟାଣ୍ଡରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ଚହଳି ରହୁଛି । ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ମଧ୍ୟ ରହୁଛି ।

ତେବେ ପୁରୀରେ ଏଭଳି ଜନଗହଳି ପୂର୍ଣ୍ଣ ପରିସ୍ଥିତି ରହିଥିବା ବେଳେ ଦୁଷ୍କର୍ମ ଭଳି ଜଘଣ୍ୟ କାଣ୍ଡ ଘଟିବା ଅତ୍ୟନ୍ତ ଲଜ୍ଜା ଜନକ । ଗୋଟିଏ ପଟେ ପୋଲିସର ଅପାରଗତାକୁ ଏହା ପଦାରେ ପକାଉଥିବା ବେଳେ ଅନ୍ୟପଟେ ପ୍ରଶାସନକୁ ମଧ୍ୟ ଦାୟୀ କରୁଛନ୍ତି ବୁଦ୍ଧିଜୀବୀ ।

ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ଉପରେ ଏବେ ଉଠିଛି ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଲଗାତାର 20 ବର୍ଷ ଧରି ଗୃହମନ୍ତ୍ରୀ ଦାୟିତ୍ୱ ନିଜ ଅଧିନରେ ରଖିଥିଲେ ମଧ୍ୟ ରାଜ୍ୟରେ ଅପରାଧ ରୋକିବାରେ ବିଫଳ । ଦୁଷ୍କର୍ମ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି । ସାରା ଦେଶରେ ନାବାଳିକା ଦୁଷ୍କର୍ମରେ ଓଡ଼ିଶାର ସ୍ଥାନ ଚତୁର୍ଥ ରହିଛି । ରାଜ୍ୟର ପୋଲିସ ପ୍ରଶାସନ ଏହାକୁ ରୋକିବାରେ ମଧ୍ୟ ସମ୍ପୁର୍ଣ୍ଣ ଫେଲ୍‌ ମାରିଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ପରୀ’ ଯୋଜନା ମଧ୍ୟ ଏକ ପ୍ରକାର ଫେଲ୍‌ ମାରିଛି ।

ତେବେ ଏସି ବସ୍‌ରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ, ରାଜ୍ୟରେ ଥିବା ବିଭିନ୍ନ ସ୍ୱେଚ୍ଛା ସେବୀ ସଂଗଠନ ଏହାର ପ୍ରତିବାଦ କରିବାକୁ ସାମ୍ନାକୁ ଆସି ନାହାନ୍ତି । କିନ୍ତୁ ଦିଲ୍ଲୀରେ ନିର୍ଭୟା ସହ ଏଭଳି ଘଟଣା ଘଟିବା ପରେ ସାରା ଦେଶ ନ୍ୟାୟ ପାଇଁ ଏକାଠି ହୋଇଥିଲା । ତେବେ ଆମ ରାଜ୍ୟରେ ନ୍ୟାୟ ମାଗିବା ପାଇଁ କାହିଁକି ସାଧାରଣ ଲୋକ ପଛଘୁଞ୍ଚା ଦେଉଛନ୍ତି ? କ’ଣ ରହିଛି ଏହାର ରହସ୍ୟ ? ଏନେଇ କିଛି ଲୋକ ମତ ଦେଇଛନ୍ତି ଯେ, ରାଜ୍ୟରେ ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣା ଦେଖିବାକୁ ମିଳିଛି । ସେମାନଙ୍କ ପାଇଁ ରାଜ୍ୟବାସୀ ନ୍ୟାୟ ମଧ୍ୟ ମାଗିଛନ୍ତି । ଅନେକ ସମୟରେ ଧାରଣାରେ ବାସିବା ସହ ଆନ୍ଦୋଳନ ମଧ୍ୟ କରାଯାଇଛି । ହେଲେ ଶେଷରେ ବେବିନା ଘଟଣାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଗଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top