ଅପରାଧ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର, ମହିଳା ଦୁଷ୍କର୍ମର ଡାଟାବେସ୍‌ ରଖିନାହାନ୍ତି ରାଜ୍ୟ ସରକାର !

Minor rape

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ରାଜ୍ୟ ସରକାର । 2012 ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଷ୍କର୍ମ ଘଟଣାର ଡାଟାବେସ୍‌ ରଖିବା ପାଇଁ ସବୁ ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଓଡ଼ିଶା ସରକାର ଏବେ ସୁଦ୍ଧା କୌଣସି ଡାଟାବେସ୍ ରଖିପାରି ନାହାନ୍ତି ।

ତେବେ ରାଜ୍ୟରେ 5Tର ନାରା ଦେଇ ବୁଲୁଥିବା ସରକାର କାହିଁକି ଏହି ମାମଲାରେ ଶିଥିଳ ପଡ଼ିଯାଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାର ତଥ୍ୟ ନଥିବା କଥା ଖୋଦ୍‌ ଗୃହରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ୱୀକାର କରାଯାଇଛି । ରାଜ୍ୟ ସରକାର ଏହି ଘଟଣାରେ କାହିଁକି ଏତେ ଖାମଖିଆଲ ମନୋଭାବ ପୋଷଣ କରୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକ ଲଜ୍ଜା ଭୟରେ ରାଜ୍ୟ ସରକାର ଦୁଷ୍କର୍ମ ଘଟଣାର ଆଫିସିଆଲ୍‌ ଡାଟାବେସ୍‌ ପ୍ରସ୍ତୁତ କରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲର ମତ ପ୍ରକାଶ ପାଇଛି ।

କାରଣ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଅପରାଧିକ ଘଟଣା ଯଥା, ବ୍ରାଉନ୍‌ ସୁଗାର ଜବତ, ଚୋରି, ଲୁଟ୍‌, ଲୁଟ୍‌ ଉଦ୍ୟମ, ଡକାୟତୀ, ହତ୍ୟା, ଏବଂ ବେଆଇନ୍‌ ଅସ୍ତଶସ୍ତ୍ର ରଖିବା ଭଳି ଅପରାଧର ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି । କିନ୍ତୁ ମହିଳା ଦୁଷ୍କର୍ମ ଘଟଣାର କୌଣସି ତଥ୍ୟ ରଖାଯାଇ ନାହିଁ ।

ତେବେ କିଛି ସରକାରୀ ତଥ୍ୟ ଅନୁଯାୟୀ 2016ରେ ଓଡ଼ିଶା, ମହିଳା ହିଂସାରେ ଦେଶରେ ପ୍ରଥମ ରହିଥିଲା । ପରେ 2018 ମେ’ ସୁଦ୍ଧା ରାଜ୍ୟରେ 996ଟି ଧର୍ଷଣ ମାମଲା ରୁଜୁ ହୋଇଥିବା ବେଳେ 2019ରେ ସେହି ସମୟ ସୁଦ୍ଧା 937ଟି ମାମଲା ପଞ୍ଜିକୃତ ହୋଇଥିଲା । ତେବେ 937ଟି ମାମଲା ମଧ୍ୟରୁ କେବଳ 509ଟି ନାବାଳିକା ଦୁଷ୍କର୍ମ ମାମଲା ରହିଛି । ସେହିଭଳି 2018ର 996ଟି ଧର୍ଷଣ ମାମଲା ମଧ୍ୟରୁ 525ଟି ନାବାଳିକା ଦୁଷ୍କର୍ମ ମାମଲା ରହିଛି ।

ତେବେ ଏତେ ମାତ୍ରାରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ଏହି ଘଟଣାରେ ଯଦି ରାଜ୍ୟ ସରକାର ଡାଟାବେସ୍‌ ପ୍ରସ୍ତୁତ କରିବେ ତେବେ ତାଙ୍କ ପାରିବା ପଣିଆ ପଦାରେ ପଡ଼ିଯିବ ବୋଲି ବିରୋଧୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top