X
Breaking News
ଅପରାଧ

୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଦୁଷ୍କର୍ମ, କେବେ ଥମିବ ମହିଳାଙ୍କ ପ୍ରତି ଅତ୍ୟାଚାର ?

Rape Case

ଭୁବନେଶ୍ୱର: ପୁରୀ ବସଷ୍ଟାଣ୍ଡ ଦୁଷ୍କର୍ମର ମାତ୍ର 24 ଘଣ୍ଟା ନ ପୁରୁଣୁ ଆଉ ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଅର୍ଥାତ 48 ଘଣ୍ଟା ମଧ୍ୟରେ ରାଜ୍ୟରେ ତିନି ତିନୋଟି ଦୁଷ୍କର୍ମ ଘଟଣା ଘଟିବା ପରେ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ଏହା ଆଙ୍ଗୁଳି ନିର୍ଦ୍ଦେଶ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧିମାନେ ସରକାରଙ୍କୁ ସମାଲୋଚନା କଲେଣି । ମାତ୍ର ଚିରାଚରିତ ଢଙ୍ଗରେ ମନ୍ତ୍ରୀ କହୁଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

9 ଜୁଲାଇରେ ଶୀକ୍ଷତ୍ର ପୁରୀରୁ ଖବର ଆସିଲା ଜଣେ ଆଦିବାସୀ ନାବାଳିକାଙ୍କ ସହ ବସ୍‌ରେ ଦୁଷ୍କର୍ମ ହୋଇଛି । ଏହି ଘଟଣାର 24 ଘଣ୍ଟା ନ ପୁରୁଣୁ ପୁଣି ବାଲେଶ୍ୱର ଚନ୍ଦନେଶ୍ୱରରେ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଠିକ୍ ଏହାର କିଛି ସମୟ ପରେ ଖୋର୍ଦ୍ଧା ସଦର ଥାନାରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ସହ ଅସଦ୍‌ ଆଚରଣ ହୋଇଥିବା ଅଭିଯୋଗ ହେଲା । ମାତ୍ର 48 ଘଣ୍ଟା ମଧ୍ୟରେ ଏହି ତିନି ତିନିଟି ଘଟଣା ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

ବାଲେଶ୍ୱରର ସୁଭଦ୍ରା ଗେଷ୍ଟ୍‌ ହାଉସରେ ଦୁଇ ବଙ୍ଗୀୟ ଯୁବତୀଙ୍କୁ 3 ଯୁବକ ଜୋର୍‌ଜବରଦସ୍ତି ଉଠାଇଆଣି ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିଲା । ତେବେ ଗେଷ୍ଟ୍‌ ହାଉସ୍‌ର କର୍ମଚାରୀ ଓ ମାଲିକ ଘଟଣା ପରେ ଫେରାର ଥିବା ଜଣାପଡ଼ିଛି । ଏପଟେ ମେରାଇନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ଖୋର୍ଦ୍ଧା ତାପଙ୍ଗ ଗଡ଼ରେ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ କ୍ରସରରେ କାମ କରୁଥିବା ଏକ ଡ୍ରାଇଭ ଭିନ୍ନକ୍ଷମ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମଧ୍ୟ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ରାଜ୍ୟରେ ମହିଳା ଦୁଷ୍କର୍ମକୁ ନେଇ ଏବେ ରାଜନୈତିକ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଧାନସଭା ରିପୋର୍ଟ ଅନୁଯାୟୀ 2016ରୁ 18 ମଧ୍ୟରେ ଗତ ତିନି ବର୍ଷରେ ପ୍ରାୟ 7 ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେହିଭଳି ଗତ ବର୍ଷକ ମଧ୍ୟରେ 2500ରୁ ଉର୍ଦ୍ଧ୍ୱ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ସରକାରୀ ରିପୋର୍ଟ କହୁଛି । 2014ରୁ 2017 ମଧ୍ୟରେ 4 ହଜାର 750 ଜଣ ନାବିଳିକା ଦୁଷ୍କର୍ମ ଶିକାର ହୋଇଥିବା ବେଳେ 385 ଜଣ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ବିଭାଗୀୟ ମନ୍ତ୍ରୀ ସେହି ଚିରାଚରିତ ଢଙ୍ଗରେ କହିଛନ୍ତି ଆଇନ ଅନୁଯାୟୀ ପୀଡିତାଙ୍କୁ ମିଳିବ ନ୍ୟାୟ ।

ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ଦୁଷ୍କର୍ମର ଲମ୍ବା ତାଲିକା ଦେଖିଲେ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଓ ମହିଳା ସମ୍ମାନ ନାରା କେବଳ ଧୂଆଁ ବାଣ ଭଳି ମନେ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top