X
Breaking News
ନ୍ୟୁଜ୍

ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନାରେ ଧାରଣା ଦେଲେ ମହିଳା ସାମ୍ବାଦିକ

କଟକ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୁରୀଘାଟ ଥାନାରେ ଧାରଣା ଦେଲେ ସସ୍ମିତା ଆଚାର୍ଯ୍ୟ ।  ପୁରୀଘାଟ ଥାନରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଥାନା ସାମ୍ନାରେ ଧାରଣା ଦେଇଛନ୍ତି । ଅଭିଯୋଗ କରିବାର ଏକ ମାସ ବିତି ଯାଇଥିଲେ ସୁଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ସୂଚନାନୁସାରେ, ପ୍ରାୟ ଏକ ମାସ ତଳେ ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟଙ୍କୁ ସାଂସଦ ଅନୁଭବ, ତାଙ୍କ ପତ୍ନୀ ଓ ଭାଇ ଅସଦାଚରଣ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଖୋଦ ସାମ୍ବାଦିକା ଜଣଙ୍କ ଏହି ଅଭିଯୋଗ କରିବା ସହ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ କରିବ ବୋଲି କହିଥିଲା । କିନ୍ତୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏପରିକି ସେ ଗତ ମାସରେ ନବୀନ ନିବାସ ଆଗରେ ଧାରଣା ମଧ୍ୟ ଦେଇଥିଲେ । କିନ୍ତୁ ପୋଲିସ ମହିଳାଙ୍କୁ ସେଠାରେ ବସିବା ପାଇଁ ଅନୁମତି ଦେଇନଥିବା ବେଳେ ବାରଣ ମଧ୍ୟ କରିଥିଲା । କିନ୍ତୁ ମହିଳା ଜଣଙ୍କ ଜିଦ୍‌ ଧରି ସେଠାରେ ଧାରଣାରେ ବସିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ବଳ ପୂର୍ବକ ମହିଳାଙ୍କୁ ସେଠାରୁ ଉଠାଇ ନେଇଥିଲା ।

ଆଜି ମହିଳାଜଣଙ୍କ ପୁରୀଘାଟ ଥାନା ସାମ୍ନାରେ ଧାରଣାରେ ବସି ରହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ କହିଛନ୍ତି । ଏପରିକି ଘଟଣାକୁ 32 ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top