X
Breaking News
ନ୍ୟୁଜ୍

୨୫ରୁ ମାଟ୍ରିକ ଖାତା ମୂଲ୍ୟାୟନ, ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷାଫଳ

iit

କଟକ: ସରିଲା ମାଟ୍ରିକ ପରୀକ୍ଷା । ବହୁ ବାଦବିବାଦ ପରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ତେବେ ଏବେ ଚ୍ୟାଲେଞ୍ଜ ପାଲଟିଛି ମୂଲ୍ୟାୟନ ।  ଆସନ୍ତା ୨୫ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍ ୫ତାରିଖରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଥିବା ବେଳେ ମାଟ୍ରିକ୍ ପାଇଁ ୫୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ପାଇଁ ୧୦ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଛି। ଖାତା ମୂଲ୍ୟାୟନ ପାଇଁ ପରୀକ୍ଷକମାନଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ। ସେହିପରି ମାଟ୍ରିକ ପରୀକ୍ଷାର ମାଲ୍‌କାନାଗିରିରେ ହଜିଯାଇଥିବା ଓଏମ୍‌ଆର୍ ଖାତା ଓ ତିନିଟି କେନ୍ଦ୍ରରେ ବାତିଲ ହୋଇଥିବା ଇଂରାଜୀ ପରୀକ୍ଷା ପ୍ରସଙ୍ଗରେ ଆସନ୍ତା ୧୨ତାରିଖ ବୋର୍ଡର ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top