ଜୀବନ ମନ୍ତ୍ର

‘ଫୋନି’ ପ୍ରଭାବରେ ଶ୍ରୀମନ୍ଦିର ସ୍ଥିତିକୁ ନେଇ ଭାବବିହ୍ୱଳ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

modi

ଅର୍ଗସ ବ୍ୟୁରୋ:  ଫୋନିର ତାଣ୍ଡବରେ ପ୍ରଭାବିତ ହେଲା ଶ୍ରୀମନ୍ଦିରର କଳ୍ପବଟ  । ଆକାଶମାର୍ଗରୁ ଏପରି ଦୃଶ୍ୟ ଦେଖି ଭାବବିହ୍ୱଳ ହୋଇଗଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମହାପ୍ରଭୁ ଜଗନ୍ନାଥଙ୍କର ସେ ହେଉଛନ୍ତି ଅନନ୍ୟ ଭକ୍ତ  । ପୁରୀ ତାଙ୍କ ପାଇଁ ବିଶେଷ ସ୍ଥାନ  । ଆଉ ମନ୍ଦିରର ଏପରି ଦୃଶ୍ୟ ଦେଖି ସେ ଭାବବିହ୍ୱଳ ହୋଇପଡିଥିଲେ  ।

ପ୍ରାକୃତିକ ଦୃର୍ବିପାକ ଓଡିଶାର ଚିର ସହଚର  । ବିଭିନ୍ନ ସମୟରେ ପ୍ରକୃତି ଏଠାରେ ରଚିଛି ତାର ତାଣ୍ଡବ  । ଫୋନି ତାଣ୍ଡବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘସମୟ ଧରି ଆକାଶମାର୍ଗରୁ ଦେଖିଥିଲେ ଓଡିଶାର ଧ୍ୱସ୍ତବିଧ୍ୱସ୍ତ ଏହି ଅଞ୍ଚଳକୁ  । ସେ ପୁରୀ ହେଉ ଅବା ନିମାପଡା, ଗୋପ, କୋଣାର୍କ,ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଉ ରାଜଧାନୀ ଭୁବନେଶ୍ୱର ସମତେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ  ।

ଆକାଶମାର୍ଗରେ ରହି ସମସ୍ତ ଦୃଶ୍ୟ ଦେଖିବା ପରେ ଶେଷରେ ଓଡିଶା ପାଇଁ ଘୋଷଣା କରିଥିଲେ ୧୦୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା  । ଆଉ କହିଥିଲେ ଓଡିଶାର ପୁନଃରୁଦ୍ଧାର ପାଇଁ ମ୍ୟାନ, ମନି ଆଉ ମେସିନ୍‌ର ଅଭାବ ରହିବ ନାହିଁ  । ଖୋଦ୍ ପ୍ରଧାନମନ୍ତ୍ରୀ ଓଡିଶାରେ ରିଲିଫ୍ ଓ ଥଇଥାନ୍ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଦୀର୍ଘ ୧ ଘଣ୍ଟା କାଳ ସ୍ଥିତିର ସମୀକ୍ଷା କରିଥିଲେ  । ଯାହା ଓଡିଶା ପାଇଁ ଥିଲା ବଡ ଘଟଣା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top