X
Breaking News
ନ୍ୟୁଜ୍

ରେଳ ଧାରଣାରୁ ଦୁଇ ଜଣଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

dead body
courtesy: www.amarujala.com

ଅନୁଗୁଳ: ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ଜଣେ ମହିଳା ଓ ଜଣେ ପୁରୁଷଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି । ଏଭଳି ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ସମ୍ବଲପୁର ରେଳ ଧାରଣାରେ । ଅନୁଗୁଳ ଥାନା କୁମଣ୍ଡ ଗାଁ ପାଖ ଦେଇ ଯାଇଥିବା ରେଳ ଧାରଣାରୁ ଏହି ମୃତ ଦେହ ପଡିଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ତେବେ ମୃତକ ଦୁହିଁଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ସ୍ୱାମି, ସ୍ତ୍ରୀ କି ଆଉ କିଏ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ରେଳ ଧାରଣା ନିକଟରେ ଏକ ମଟର ସାଇକେଲ ମଧ୍ୟ ରହିଛି । ଏହା ଆତ୍ମହତ୍ୟା ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top