ଅପରାଧ

‘ତହସିଲଦାର କି ଜିଲ୍ଲପାଳ ମୋର କିଛି କରିପାରିବେନି, ମୁଁ ଗଛ କାଟିବି’…

Sarapancha

ଢ଼େଙ୍କାନାଳ: ସରପଞ୍ଚଙ୍କ ଜଙ୍ଗଲ ରାଜ ! ଜଙ୍ଗଲରୁ ଗଛ କାଟିବି ମୋର କେହି କିଛି କରିପାରିବ ନାହିଁ । ଭିଡିଓ ରେକର୍ଡ କଲେ କେଶ ଖାଇବୁ । ଜଣେ ସରପଞ୍ଚ ଏଭଳି ଧମକ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ବାରିହାପୁର ଅଞ୍ଚଳର । ଏଠାକାର ସରପଞ୍ଚ ଦୁଷ୍ମନ୍ତ ନାଏକ ଏଭଳି ଧମକ ଦେଉଛନ୍ତି ।

ନିଜ ସ୍ବାର୍ଥ ପାଇଁ ଜଙ୍ଗଲର ବଡ଼ ବଡ଼ ଗଛ କାଟି ସଫା କରୁଛନ୍ତି ସରପଞ୍ଚ । ସରପଞ୍ଚ ବାବୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଗାଁଠାରୁ 3 କିମି ଦୂରରେ ଥିବା ସଂରକ୍ଷିତ ଜଙ୍ଗଲରୁ ଶହ ଶହ ମୂଲ୍ୟବାନ ଗଛ କାଟିବାରେ ଲାଗିଛନ୍ତି । ଏହାକୁ ଯଦି କିଏ ବିରୋଧ କରୁଛି ତେବେ ସେ ବିଭିନ୍ନ ଧମକ ଚମକ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ ଗଛ କାଟିବା ପାଇଁ ପ୍ରଶାସନ ନିକଟରୁ ଅନୁମତି ଆଣିଛ କି ନାହିଁ ବୋଲି ପଚାରିବାରୁ, ସେ ଧମକ ଦେଉଛନ୍ତି ଜିଲ୍ଲାପାଳ, ତହସିଲଦାର ମୋର କିଛି କରିପାରିବେ ନାହିଁ । ଏଭଳି ଭିଡିଓ ରେକର୍ଡ କଲେ ମିଥ୍ୟା କେଶ୍‌ ଲଗାଇ ଥାନାରେ ପୁରେଇ ଦେବେ ବୋଲି ଧମକ ଦେଉଛନ୍ତି । ଖାଲି ସେତିକି ନୁହେଁ ଦୁଇ ମିନିଟ୍‌ରେ ଜିଲ୍ଲାପାଳ ତହସିଲଦାରଙ୍କଠାରୁ ଅନୁମତି ଆଣିବି ।

ତେବେ ଜଣେ ସରପଞ୍ଚଙ୍କର ଏତେ ସାହସ ଆସୁଛି କୋଉଠୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଡ ରାଜନୈତିକ ଓ ପ୍ରତିପତ୍ତିଙ୍କ ଅଭୟ ବର ପାଇ ଶହ ଶହ ଗଛ କାଟି ସଫା କରୁଛନ୍ତି କି ସରପଞ୍ଚ ବାବୁ ।

ଏଠାରେ ପ୍ରଶ୍ନ ଉଠୁଛି ସରପଞ୍ଚଙ୍କୁ ଦୁଇ ମିନିଟରେ ଅନୁମତି ମିଳିବ କିପରି ? ତାଙ୍କ ପଛରେ କେଉଁ ପ୍ରଭାବଶାଳୀଙ୍କ ହାତ ରହିଛି ? ଜଙ୍ଗଲ ଜମିକୁ କାଟିବାର ଅଭୟ ବର ଦେବା ପଛରେ ମୁଖ୍ୟହାତ କାହାର ? କଣ ପାଇଁ ଚୁପ ବସିଛି ଜଙ୍ଗଲ ବିଭାଗ ? କାହିଁକି ନିରବ ରହିଛନ୍ତି ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ? ସରକାରଙ୍କ ଗଛ ଲଗାଇବା ପାଇଁ ପ୍ରତ୍ସୋହନ କରୁଥିବାବେଳେ ଏହି ଜଙ୍ଗଲ କାଟିବା କଣ ଅପରାଧ ନୁହେଁ କି ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top