X
Breaking News
ନ୍ୟୁଜ୍

ସବୁଠାରୁ ଧନୀ ପ୍ରାର୍ଥୀ ନବୀନ ପଟ୍ଟନାୟକ

Naveen pattnaik

ଭୁବନେଶ୍ୱର: ଦାଗୀ ପ୍ରାର୍ଥୀଙ୍କ ପରେ ସାମ୍ନାକୁ ଆସିଲା ଧନୀ ପ୍ରାର୍ଥୀଙ୍କ ତାଲିକା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଟିକିନିଖି ତଥ୍ୟକୁ ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଇଲେକ୍ସନ ଓ୍ୱାଚ୍ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଟପ୍ 10 ଧନୀ ପ୍ରାର୍ଥୀଙ୍କ ତାଲିକା ଦିଆଯାଇଛି । 2ୟ ପର୍ଯ୍ୟାୟ ନିର୍ବାଚନରେ ହେଭିଓ୍ୱେଟ୍ ନେତା ମଇଦାନକୁ ଓହ୍ଲାଉଛନ୍ତି । ଏମାନଙ୍କ ମଧ୍ୟରୁ ବିଧାନସଭା ପ୍ରାର୍ଥୀ ହିସାବରେ ସବୁଠାରୁ ଧନୀ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢୁଛନ୍ତି । ନବୀନଙ୍କ ସମ୍ପତ୍ତି ପାଖାପାଖି 63 କୋଟି 87 ଲକ୍ଷ 41 ହଜାର 816 ଟଙ୍କା । ସେହିପରି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହ ଦେଓ 37 କୋଟି ସମ୍ପତ୍ତି ସହ ସବୁଠାରୁ ଧନୀ ତାଲିକାରେ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top