X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ଜାଣନ୍ତୁ ସତ୍ୟପାଠରେ କେତେ ରହିଛି ଅନୁଭବଙ୍କ ସମ୍ପତ୍ତି, ଜମିବାଡି, ଋଣ…

anubhab

କେନ୍ଦ୍ରାପଡା: କଳିଙ୍ଗ ଷଣ୍ଢ ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ହେଭିଓ୍ୱେଟ୍ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏନେଇ ଗତକାଲି ନାମାଙ୍କନପତ୍ର ଦାଖଲ ସହ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି ଅନୁଭବ ।

ଅନୁଭବ ମହାନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପ୍ତର ଦାଖଲ କରିଥିବାବେଳେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ଅନୁଭବଙ୍କ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି । ଅନୁଭବଙ୍କ ପାଖରେ କେତେ ସମ୍ପତ୍ତି, କେତେ ଗାଡ଼ି, କେତେ ସ୍ଥାବର-ଅସ୍ଥାବର ସମ୍ପତ୍ତି ସବିଶେଷ ସତ୍ୟପାଠ ଜରିଆରେ ସମ୍ମୁଖକୁ ଆସିଛି ।

ସତ୍ୟପାଠ ଅନୁଯାୟୀ, ଅନୁଭବଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତିର ମୂଲ୍ୟ 1 କୋଟି 77 ଲକ୍ଷ 46 ହଜାର 110 ଟଙ୍କା । ତେବେ 1 କୋଟି 4 ଲକ୍ଷ 96 ହଜାର 110 ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ଅନୁଭବଙ୍କ ନିକଟରେ । ସେହିପରି 72 ଲକ୍ଷ 50 ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ଅନୁଭବଙ୍କର । ଏହାସହ ଅନୁଭବଙ୍କ ରହିଛି 4ଟି ଗାଡ଼ି । ଯାହାର ମୂଲ୍ୟ 60 ଲକ୍ଷ 50 ହଜାର ଟଙ୍କା । ସେହିପରି 18 ଲକ୍ଷ 90 ହଜାର ଟଙ୍କାର ସୁନାଗହଣା ଅଛନ୍ତି ।

ଏହାଛଡା ଅନୁଭବଙ୍କ ପାଖରେ ନଗଦ 4 ଲକ୍ଷ ଟଙ୍କା ରହିଥିବା ବେଳେ 41 ଲକ୍ଷ 33 ହଜାର 506 ଟଙ୍କା ଋଣ କରିଛନ୍ତି । ତେବେ ଅନୁଭବଙ୍କ ନାଁରେ କୌଣସି ଚାଷ ଜମି ନଥିବା ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ବ୍ୟାଙ୍କରେ ଜମାରାଶି ବାବଦକୁ 6ଲକ୍ଷ 68 ହଜାର 155 ଟଙ୍କା ଅନୁଭବଙ୍କ ନାଁରେ ଥିବାବେଳେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ କମ୍ପାନୀରେ 14 ଲକ୍ଷ 97 ହଜାର ଟଙ୍କାଡ ଅନୁଭବ ନିବେଶ କରିଥିବା ଉଲ୍ଲେଖ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top