ନ୍ୟୁଜ୍

‘ଫୋନି’ର ପ୍ରଭାବଠୁ ପ୍ରଳୟଙ୍କାରୀ ହେଉଛି ପାଟକୁରା ନିର୍ବାଚନ ଝଡ଼

Patkura

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ତାଣ୍ଡବ ପରେ ପାଟକୁରା ନିର୍ବାଚନକୁ ନେଇ ପ୍ରଳୟଙ୍କାରୀ ହେଉଛି ରାଜନୈତିକ ଝଡ଼ । ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେଁମେଁ । ରାଜ୍ୟର ଦୁଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସୂର୍ଯ୍ୟ ପାତ୍ରଙ୍କ ମଧ୍ୟରେ ଚାଲିଛି କଥା କଟାକଟି । ଓଡ଼ିଶାରେ 4ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କିନ୍ତୁ ପାଟକୁରା ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀଙ୍କ ଦେହାନ୍ତ ପରେ ସେଠାରେ ମତଦାନ ସ୍ଥଗିତ ରହିଛି । ତେବେ ପରବର୍ତ୍ତୀ ସମୟରେ ମ’ 19ରେ ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା । ଠିକ୍‌ ଏହି ସମୟରେ ଫଣା ମେଲାଇ ଆସିଲା ଫୋନି ଆଉ ଧ୍ୱସ୍ତବିଧ୍ୱସ୍ତ କରିପକାଇଲା ସବୁକିଛି । ଯଦିଓ ଫୋନିର ପ୍ରଭାବରେ ପୁରୀ ଜିଲ୍ଲା ଏବଂ ସ୍ମାର୍ଟସିଟି ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କିନ୍ତୁ କେନ୍ଦ୍ରାପଡ଼ା ପାଟକୁରାରେ ଏହାର ପ୍ରଭାବ ଏତେ ବେଶି ନଥିଲେ ମଧ୍ୟ ରାଜନୀତିରେ କିନ୍ତୁ ପ୍ରଭାବ ଦେଖାଦେଇଛି । ନିର୍ବାଚନକୁ ଚକ୍ରାନ୍ତ କରି ଘୁଞ୍ଚାଇ ଦିଆଯାଇଛି । ଏନେଇ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର । ଅନ୍ୟପଟେ ଏହ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ।

ସୂଚନାଯୋଗ୍ୟ, ପୂର୍ବରୁ ବାତ୍ୟା ‘ହୁଡ୍‌ହୁଡ୍‌’ ସମୟରେ କନ୍ଧମାଳ ଉପନିର୍ବାଚନ ଘୁଞ୍ଚାଇବାକୁ କୌଣସି ଆଗ୍ରହ ପ୍ରକାଶ କରି ନଥିବା ବିଜେଡି ସରକାର ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବାରମ୍ବାର କାହିଁକି ପ୍ରୟାସ କରୁଛନ୍ତି, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top