X
Breaking News
ନ୍ୟୁଜ୍

ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରୁ ୩୦ ଫୁଟ ତଳକୁ ଖସିଲା ସ୍କୁଟି, ଜଣେ ମୃତ

road-accident-

ଭୁବନେଶ୍ୱର:  ମୃତ୍ୟୁ କେତେବେଳେ, କାହାକୁ, କେଉଁପରି ଆସେ ତାହା କେହିଁ କହିପାରିବେ ନାହିଁ । କିନ୍ତୁ ସତର୍କତା ଅବଲମ୍ୱନ କଲେ ଅତିକମରେ ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ । ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣା ଥମିବାର ନା ଧରୁନି । ପୁଣି ଏକ ସଡ଼କ ଦୁର୍ଘଟଣାରେ ବାପ ମୃତ ଓ ପୁଅ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ଠାରେ । ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ର ୩୦ ଫୁଟ ତଳକୁ ଖସିଲେ ବାପପୁଅ । ସୂଚନାନୁସାରେ, ବାପପୁଅ ସ୍କୁଟିରେ ଯାଉଥିବାବେଳେ ପଛପଟୁ  ଏକ ଅଜଣା ଗାଡି ଧକ୍କା ଦେଇଛି ।

ଯାହା ଫଳରେ ବାପ ପୁଅ ୩୦ ଫୁଟ୍‌ ତଳକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅ ଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top