X
Breaking News
ଜୀବନ ମନ୍ତ୍ର

ଦ୍ୱିତୀୟ ଦିନରେ ପୁଣି ଅଟକିଗଲା ରୁକୁଣା ରଥ, ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା

ଭୁବନେଶ୍ୱର: ବହୁ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ଉତ୍ସବ । ତେବେ ଆଜି ରୁକୁଣା ରଥ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିପାରି ନାହିଁ । ରୁକୁଣା ରଥ ମାଉସୀ ମା’ଙ୍କ ମନ୍ଦିରରୁ କିଛି ଦୂର ଅସୁର କିଆରୀ ନିକଟରେ ଅଟକି ଯାଇଛି । ଠିକ୍‌ ସମୟରେ ମାଉସୀ ମା’ଙ୍କ ମନ୍ଦିରରେ ରୁକୁଣା ରଥ ପହଞ୍ଚି ନପାରିବା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଅନେକ ବର୍ଷ ଧରି ଥିବା ପରମ୍ପରା ଆଜି ଭାଙ୍ଗିଯାଇଥିବା କୁହାଯାଉଛି ।

ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ କିଛି ମିଟର ଆସିବା ପରେ ଅଟକିଥିଲା । ଆଜି ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିବାର ଥିଲା କିନ୍ତୁ ତାହା ହୋଇପାରି ନାହିଁ । ଯାହାକି ବହୁ ବର୍ଷର ଥିବା ପରମ୍ପରାକୁ ଭଗ୍ନ କରିଛି ।

ଅନ୍ୟପଟେ ରୁକୁଣା ରଥଯାତ୍ରାରେ ବାରମ୍ବାର ବିଭ୍ରାଟ ଦେଖାଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଛି । ତେବେ ଅଟକିଥିବା ରୁକୁଣା ରଥକୁ ଆସନ୍ତା କାଲି ଟଣାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top