X
Breaking News
ନ୍ୟୁଜ୍

ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ, ଜଣେ ମୃତ

fight

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟିଛି । ଏହି ଗଣ୍ଡଗୋଳରେ ଜଣେ ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ ହୋଇଛି । ସୂଚନାନୁସାରେ, ଗୋହିରାପଶି ଗ୍ରାମରେ ଗ୍ରାମସଭା ଚାଲିଥିଲା। ତେବେ କୌଣସି କଥାକୁ ନେଇ ଅନାମଙ୍କ ସହିତ ଗ୍ରାମର କେତେଜଣ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଅନାମ ଗୁରୁତର ହୋଇଥିଲେ ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଅନାମଙ୍କ ପୁଅ ଜଗବନ୍ଧୁଙ୍କ ଅଭିଯୋଗକ୍ରମେ ଛେଣ୍ଡିପଦା ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top