X
Breaking News
ନ୍ୟୁଜ୍

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୫ ଗାଇ ମୃତ

annimal dead

ମାଲକାନଗିରି: ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୫ ଗାଇ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଏମଭି-୧୨୭ ଗ୍ରାମ ନିକଟରେ । ଏକ କେନାଲ ନିକଟରେ ବିଦ୍ୟୁତ ଆଘାତରେ ୫ଟି ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗ୍ରାମ ନିକଟସ୍ଥ ଏକ କେନାଲ ପାଖରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାବେଳେ ଏହି ତାର ସଂସ୍ପର୍ଶରେ ଗାଈମାନେ ଆସି ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବିଗତ ଦିନରେ ମଧ୍ୟ ଏହି ଅଂଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିଛି ଗାଈ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top