X
Breaking News
ନ୍ୟୁଜ୍

କାଳିଆକୁ ନେଇ ଅଡ଼ୁଆରେ ସରକାର, ମନ୍ତ୍ରୀ-ସଚିବଙ୍କ ମୁଣ୍ଡ ବିନ୍ଧା

KALIA Naveen

ଭୁବନେଶ୍ୱର: କାଳିଆକୁ ନେଇ ଅଡ଼ୁଆରେ ସରକାର । ଜାଲ ହିତାଧିକାରୀ ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ସାଜିଥିବା ବେଳେ, ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ସମୟ ବଢ଼ାଇଛନ୍ତି ସରକାର । ସେପଟେ ବିରୋଧୀ କହିଛନ୍ତି କାଳିଆ ପାଇଁ ସରକାରଙ୍କ ନିକଟରେ ଅର୍ଥ ନାହିଁ, ସେଥିପାଇଁ ସରକାର ବାଉଳି ହେଉଛନ୍ତି  ।

ସରକାରଙ୍କ ଲାଗି ବିବାଦ ଘେରରେ କାଳିଆ । ଥମୁନି କଣ୍ଟ୍ରୋଭର୍ସି । କାଳିଆକୁ ନେଇ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ରାଜ୍ୟ ସରକାର । କୃଷି ବିଭାଗର ଚିନ୍ତା ବଢ଼ାଇଲେଣି ଅଯୋଗ୍ୟ ହିତାଧିକାରୀ । ଯେଉଁଥିପାଇଁ ସଚିବାଳୟରେ ବସିବାରେ ଲାଗିଛି ଘନ ଘନ ବୈଠକ । ତଥାପି ବାହାରି ପାରୁନି ନିସ୍କର୍ସ । କାହାକୁ ଯୋଜନାରୁ ବାଦ ଦିଆଯିବ ? କିଏ ପାଇବେ ସ୍ଥାନ ? ଏପରି ଅଡ଼ୁଆ ଅଙ୍କ ମନ୍ତ୍ରୀ ଓ ସଚିବଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହାରି ଭିତରେ କାଳିଆ ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢ଼ାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଆସନ୍ତା କାଲି ଥିବା ବେଳେ ଏବେ ଏହାକୁ 27 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା 27ରେ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧୀକାରୀଙ୍କ ସମୀକ୍ଷା କରାଯିବ । 29ରେ ବ୍ଲକ ଓ 31ରେ ଜିଲ୍ଲାସ୍ତରରେ ଯାଞ୍ଚ ଶେଷ କରାଯିବାକୁ ନିଷ୍ପତି ନିଆଯାଇଥିବା କଥା କହିଛନ୍ତି କୃଷିମନ୍ତ୍ରୀ ।

ସେପଟେ ଖୋଦ୍ କୃଷି ବିଭାଗର ଚିଠି ହିଁ କହୁଛି ଯେ ରାଜ୍ୟରେ କିଭଳି ଭାବେ କାଳିଆ ହିତାଧୀକାରୀ ଚୟନ କରାଯାଇଥିଲା । ଗତ ଆଠ ତାରିଖରେ ବିଭାଗ 11ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଉକ୍ତ ଜିଲ୍ଲାର 19ଟି ବ୍ଲକରେ କିଭଳି କମ ସଂଖ୍ୟକ ହୀତାଧୀକାରୀ ଚୟନ ହେଲେ ପ୍ରଶ୍ନ କରିଛି । ସବୁଠୁ ବଡ଼ କଥା ହେଉଛି ଉକ୍ତ ପଂଚାୟତ ଗୁଡ଼ିକରେ ଅଧିକ ପରିବାର ଥିବା ସତ୍ତ୍ୱେ କମ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଚୟନ କରାଯାଇଛି  । ଯାହାକୁ ନେଇ କାଳିଆ ଯୋଜନାର ବାସ୍ତବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ବର୍ତ୍ତମାନ ସୁଦ୍ଧା 51ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର 13ଲକ୍ଷଙ୍କ ଯାଞ୍ଚ କରାଯାଇ ପାରିଛି । ଡିସେମ୍ବର 21 ତାରିଖରେ କ୍ୟାବିନେଟ ନିଷ୍ପତିର ଠିକ୍ 4 ଦିନ ପରେ 25 ତାରିଖରେ 25 ଲକ୍ଷରୁ ଅଧିକ ଲୋକଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା । ମାତ୍ର 6 ତାରିଖରୁ 14 ତାରିଖରେ 13 ଲକ୍ଷ ହିତାଧୀକାରୀଙ୍କ ତାଲିକା ଯାଂଚ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top