ନ୍ୟୁଜ୍

ଆକ୍ସନ ମୋଡ୍‌ରେ ଶିକ୍ଷାମନ୍ତ୍ରୀ, ବ୍ୟବସ୍ଥାର ସୁଧାର ପାଇଁ ପୁଣି ଦୋହରାଇଲେ ନିୟମ

SAMIR DAS

ଭୁବନେଶ୍ୱର: ଏବେ ଆକ୍ସନ ମୋଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ ଭାବେ ବିଭାଗର ଦାୟିତ୍ୱ ନେବାଠାରୁ କିଛି ନା କିଛି ପଦକ୍ଷେପ ନେବାରେ ବ୍ୟସ୍ତ ରହିଛନ୍ତି । ତେବେ ଶିକ୍ଷା ବ୍ୟବସ୍ଥାରେ ପୁଣି ଏକ ନୂଆ ନିୟମ ଳାଗୁ କରାଯାଇଛି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । କିଛି ବର୍ଷ ପୂର୍ବେ ଏହି ଫେଲ ପ୍ରକ୍ରିୟା ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଏଥିରେ ପରିବର୍ତ୍ତନ କରାଯାଇ ଏହି ନିୟମକୁ ଲାଗୁ କରାଯାଇଛି । ପୂର୍ବ ପରି ପୁଣି ଥରେ ପଞ୍ଚମରେ ପରୀକ୍ଷା ହେବ ଏବଂ ପାସ୍‌ କଲେ ଆଗକୁ ଯିବେ ଛାତ୍ର ଛାତ୍ରୀ ନଚେତ୍‌ ଫେଲ୍‌ ହେଲେ ପୁଣି ସେହି ଶ୍ରେଣୀରେ ରହି ପରୀକ୍ଷା ଦେବାକୁ ପଡ଼ିବ । ଏହି ସମାନ ନିୟମ ମଧ୍ୟ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଲାଗୁ କରାଯିବ । ପରୀକ୍ଷାରେ ପାସ୍‌ ନକଲେ ପୁଣି ଅଷ୍ଟମରେ ରହି ପରୀକ୍ଷା ଦେବାକୁ ପଡ଼ିବ । ତେବେ ଶିକ୍ଷା ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଏବଂ ଏନେଇ ବିଭାଗ ପକ୍ଷରୁ ଗୁରୁତ୍ୱର ସହ ଆଲୋଚନା କରାଯାଉଛି ।

ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ଫଳ ଭଲ ହୋଇ ନଥିବାରୁ ସରକାର ଚେଇଁ ଉଠିଥିବାର ଦେଖିବାକୁ ମିଳିଛି । ଗୋଟେ ପରେ ଗୋଟେ କଡ଼ା ପଦକ୍ଷେପ ନେଇ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ମନ୍ତ୍ରୀ । କିଛି ଦିନ ପୂର୍ବରୁ ଫଳ ପ୍ରକାଶ ପାଇବା ପରଠାରୁ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ପଦକ୍ଷେପ ନେବା ସହ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବାକୁ ଲାଗିପଡ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top