ନ୍ୟୁଜ୍

୩ ଲକ୍ଷଙ୍କୁ ବାରମ୍ବାର ମିଳିଛି କାଳିଆ ଟଙ୍କା, ଅନେକ ଥର ଆବେଦନ କରି ମଧ୍ୟ ଚାଷୀ ନିରାଶ

kalia Scheme

ଅର୍ଗସ ବ୍ୟୁରୋ: କାଳିଆ ଘୋଟାଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । 3 ଲକ୍ଷ ହିତାଧୀକାରୀଙ୍କୁ  ଅଧିକ ଥର ଟଙ୍କା ମିଳିଥିବା ବେଳେ ବାରମ୍ବାର ଆବେଦନ କରି ଟଙ୍କା ପାଇନଥିବା ଚାଷୀ ଏବେ ନିରାଶ । ଆଉ ସରକାରୀ କଳର ଏହି ଭୁଲ ପାଇଁ ସରକାରୀଙ୍କୁ ପ୍ରଶ୍ନ ପଚାରୁଛି ଯୋଜନାର ଶେଷ ମୁଣ୍ଡରେ ଥିବା ଚାଷୀ ।

କାଳିଆ ଯୋଜନାରେ କାହାକୁ ମେଞ୍ଚେ ମିଳିଛି ତ ଆଉ କାହାକୁ କେଞ୍ଚ । କାରଣ କାଳିଆ ଟଙ୍କା ପାଇଁ ବାରମ୍ବାର ଆବେଦନ କରି ମଧ୍ୟ ନିରାଶ ହୋଇଛନ୍ତି ରାଜ୍ୟର ବିଭିନ୍ନ କୋଣର ଅନେକ ଚାଷୀ । ଏବେ କାଳିଆ ଘୋଟଲା ପଦାକୁ ଆସିବା ପରେ ଟଙ୍କା ପାଇନଥିବା ଚାଷୀଙ୍କ ଭିତରେ ସୃଷ୍ଟି ହୋଇ ଅସନ୍ତୋଷ ।

ରାଜ୍ୟ ସରକାର କହିଲେ 3 ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ବାରମ୍ବାର ଯାଇଛି କାଳିଆ ଟଙ୍କା । ତେଣୁ ସେମାନେ ଅଯୋଗ୍ୟ ନୁହଁନ୍ତି ବରଂ ଆଗାମୀ କିସ୍ତିରେ ଏହାକୁ ଆଡଜଷ୍ଟ କରାଯିବ । ତେବେ ପ୍ରଶ୍ନ ଉଠୁଛି ଜଣଙ୍କୁ ଆଦୌ ମିଳିନଥିବା ବେଳେ ଅନ୍ୟ ଜଣଙ୍କୁ ବାରମ୍ବାର ମିଳିଲା କେମିତି ? କେଉଁଠି ରହିଥିଲା ଭୁଲ ?

କାଳିଆରେ ରାଜ୍ୟ ସରକାର  51 ଲକ୍ଷ ଚାଷୀଙ୍କୁ ସାମିଲ କରିଥିବା ନେଇ ଦାବି କରୁଛନ୍ତି । ଯଦି ସରକାରଙ୍କ କଥାରେ ସତ ଥାଏ ତାହାଲେ କାହିଁକି ସାର୍ବଜାନୀନ ହେଉନି ସଂପୂର୍ଣ୍ଣ ହିତାଧିକାରୀଙ୍କ ତାଲିକା । ଟଙ୍କା ବଣ୍ଟନ ବେଳେ କାହିଁକି ପ୍ରକୃତ ଚାଷୀଙ୍କୁ ଦିଆଗଲା ନାହିଁ ଅଧିକ ପ୍ରାଧାନ୍ୟ ।

ଚାଷ କାମରେ ଚାଷୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କଲେ । ଏଥିପାଇଁ  ଖରିଫ୍‌ ଓ ରବି ଚାଷୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇଟି କିସ୍ତିରେ 10 ହଜାର ଟଙ୍କା ମିଳିବ ବୋଲି ଘୋଷଣା ମଧ୍ୟ କଲେ । ଏବେ କିନ୍ତୁ ଦୁଇଟି କିସ୍ତିରୁ ଅଧିକ ଟଙ୍କା ପାଇଥିବା ଚାଷୀଙ୍କୁ ଆଉ ଟଙ୍କା ଦିଆଯିବ ନାହିଁ ବୋଲି କହିଲେଣି । ଏହାର ଅର୍ଥ କଣ, ରାଜ୍ୟ ସରକାର କେବଳ ନିର୍ବାଚନ ପାଇଁ ଟଙ୍କା ବାଣ୍ଟିଥିଲେ ନାଁ ପ୍ରକୃତରେ ଚାଷ କାମରେ ଏହି ଟଙ୍କା ଲଗାଇବା ପାଇଁ ଦେଇଥିଲେ ।

କାଳିଆ ଘୋଟଲାରା ଫର୍ଦ୍ଦ ଖୋଲିବା ପରେ ଏବେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପାଟିକୁ ଚୁପ୍ କରି ଦିଆଯାଇଛି । ନିଜର ଅନ୍ୟ ବିଭାଗ ଉପରେ ମନ୍ତବ୍ୟ ରଖୁଛନ୍ତି । କିନ୍ତୁ କାଳିଆ ପ୍ରଶ୍ନରେ ମନ୍ତ୍ରୀ ପୁରା ନୀରବ । ତେବେ ଯେଉଁ ଯୋଜନାକୁ ନେଇ ସରକାରୀ କଳ ଓ ଦଳ ପ୍ରଚାର କରିବାରେ ଲାଗି ପଡିଥିଲେ, ଆଜି କାହିଁକି ଘୋଟାଲାର ଉତ୍ତର ଦାୟୀତ୍ୱ ନେବାକୁ ପଛ ଘୁଞ୍ଚା ଦେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top