ନ୍ୟୁଜ୍

୬ OAS‌ ଗଲେ ଗଞ୍ଜାମ, କରୋନା ପରିଚାଳନା ନେଇ ଜିଲ୍ଲା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କରିବେ କାମ

Corona

ଗଞ୍ଜାମ: ୬ ଓଏଏସ୍‌ ଗଲେ ଗଞ୍ଜାମ । ଓଏଏସ୍ ପଦ୍ନନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତି, ସୁଧାକର ନାୟକ, ଶୁଭେନ୍ଦୁ କୁମାର ସାମଲ, ଲୋକନାଥ ଦଳବେହେରା ଗଞ୍ଜାମ ଗଲେ ।  କରୋନା ପରିଚାଳନା ନେଇ ଜିଲ୍ଲା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ ।

 ୨ ଆଇଏଏସ୍ ଅଧିକାରୀଙ୍କ ସହ ୬ ଜଣ ଓଏଏସ୍ ଗଲେ ଗଞ୍ଜାମ । ଗଞ୍ଜାମର ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରାଜ୍ୟ ସରକାର । ୨ ଆଇଏଏସ୍ ଅଧିକାରୀ ହେଲେ ପାରୁଲ ପାଟୱାରୀ ଏବଂ ବିଶାଲ ସିଂଙ୍କୁ ନିଯୁକ୍ତ କରିଛନ୍ତି । ରାଜ୍ୟରେ ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ତାହାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି । ଏଭଳି ସ୍ଥିତିରେ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ଛିଡା ହୋଇଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top