ନ୍ୟୁଜ୍

କରୋନା ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ ୨ ଆଇଏଏସ୍

ଗଞ୍ଜାମ:  କରୋନା ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ 2 ଆଇଏଏସ୍‌ । ୨ ଆଇଏଏସ୍ ଅଧିକାରୀ ହେଲେ ପାରୁଲ ପାଟୱାରୀ ଏବଂ ବିଶାଲ ସିଂଙ୍କୁ ନିଯୁକ୍ତ କରିଛନ୍ତି । କୋଭିଡ-୧୯ ପରିଚାଳନା ପାଇଁ ସ୍ୱତନ୍ତ୍ର ଏଡିଏମ୍ ଭାବରେ ଓଡ଼ିଶା ସରକାର ଦାୟିତ୍ୱ ଦେଇଛନ୍ତି । ପାରୁଲ ପଟଓ୍ୱାରିଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ବିଶାଲ ସିଂଙ୍କ ଭଞ୍ଜନଗର ଉପ-ବିଭାଗର କରୋନା ପରିଚାଳନା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ତାହାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି । ଏଭଳି ସ୍ଥିତିରେ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ଛିଡା ହୋଇଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top