ରାଜ୍ୟ

ଅଚଳ ହୋଇପଡ଼ିଛି ଚିନି ଶିଳ୍ପ, ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ସରକାର

ranendra-pratap-swain

ଭୁବନେଶ୍ୱର: ରାଜ୍ୟରେ ରହିଛି ବହୁ ବଡ଼ ବଡ଼ ଚିନି ଶିଳ୍ପ । କିନ୍ତୁ ଚିନିର ଚାହିଦା ମେଣ୍ଟାଇବାକୁ ସରକାର ନିର୍ଭର କରୁଛନ୍ତି ଅନ୍ୟ ରାଜ୍ୟ ଉପରେ  । ଏକଥା ଆମେ କହୁନୁ ବରଂ ଖୋଦ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଦେଇଛନ୍ତି ଉତ୍ତର । ମନ୍ତ୍ରୀଙ୍କ କହିବା କଥା ହେଲା ରାଜ୍ୟରେ ବାର୍ଷିକ ୨.୧୧ ଲକ୍ଷ ମେଟ୍ରିକ ଟନ୍ ଚିନିର ଆବଶ୍ୟକତା ରହିଛି । ଚିନିର ଉତ୍ପାଦନ ଦରଠୁ ବିକ୍ରି ଦର କମିଛି । ତେଣୁ ଚିନି ଶିଳ୍ପ ଏକ କ୍ଷତିଜନକ ଶିଳ୍ପ ହୋଇଥିବାରୁ ରାଜ୍ୟର ଚାହିଦା ମେଣ୍ଟାଇବା କଷ୍ଟ । ୧ କିଲୋ ଚିନି ଉତ୍ପାଦନ କରିବା ପାଇଁ ୪୭ରୁ ୪୮ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚିନି ବିକ୍ର ହେଉଛି ୩୨ ଟଙ୍କାରେ । ଏପରିକି ଆଖୁ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛୁ । ଯେଉଁଥିପାଇଁ ଚିନିକଳ ଚଳାଇବାରେ ସମସ୍ୟା ହେଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ଏହାସହ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ,  ରାଜ୍ୟରେ ୮ଟି ବୃହତ୍ତ ଚିନି ଶିଳ୍ପରୁ ଆସିକା ଓ ଢେଙ୍କାନାଳରେ ଥିବା ଚିନି କାରଖାନା କାର୍ଯ୍ୟକ୍ଷମ ରହିଛି ।ବଲାଙ୍ଗୀର ବିଜୟାନନ୍ଦ ଚିନି କାରଖାନା ଉପରେ ଥିଵା ବକେୟା ଋଣ ପରିଶୋଧ ଲାଗି ନିଲାମୀ ପ୍ରକ୍ରିୟା ଜାରି ରହିଛି । ୨୦୧୪-୧୫ରୁ ଆଖୁପେଡା ଵନ୍ଦ ରହିଛି । ବରଗଡରେ ଆଖୁ, କଞ୍ଚାମାଲ ଓ ଯନ୍ତ୍ରପାତି ଅଭାବରୁ ୨୦୧୭-୧୮ରୁ ଆଖୁପେଡା ଵନ୍ଦ ରହିଛି ।

ବଡମ୍ବା ଓ ନୟାଗଡ଼ରେ ଥିଵା କାରଖାନାକୁ ୨ଟି ଘରୋଇ ସଂସ୍ଥାକୁ ଦେଇ ତ୍ଵରାନ୍ଵିତ କରିବାକୁ ୨୦୦୫ରୁ ଉଦ୍ୟମ ହୋଇଥିଲା । ହେଲେ ୨୦୧୩-୧୪ରୁ ଆଖୁପେଡା ଏଠି ବି ବନ୍ଦ ରହିଛି  । କେଵଳ ଆସିକା ଓ ଢେଙ୍କାନାଳର ଶକ୍ତି ସୁଗାର ମିଲରେ ଉତ୍ପାଦନ କାର୍ଯ୍ୟକ୍ଷମ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top