X
Breaking News
ରାଜ୍ୟ

୧୬ ଜଣ ଅଧିକାରୀଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର

NAveen Patnaik

ଭୁବନେଶ୍ୱର: ପୁଣି ୧୬ ଜଣ ଅଧିକାରୀଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର । ଏହାସହ ଗୋଟିଏ ମାସରେ ମୋଟ ୩୭ ଜଣ ଅଧିକାରୀଙ୍କୁ ଦୁର୍ନିତୀ ଅଭିଯୋଗରେ ବରଖାସ୍ତ କରାଯାଇଛି । ଆଜି ୧୬ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ୨ ଜଣ ରାଜସ୍ୱ ଅଧିକାରୀ, ଜଣେ ଫାର୍ମାସିଷ୍ଟ, ଜଣେ ଅମୀନ, ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ  ଓ ୨ ଜଣ କିରାଣୀ । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ  ଏପରି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉଥିବା ବେଳେ ବଡ଼ବଡ଼ିଆଙ୍କୁ ଖସାଇ ଦିଆଯାଉଛି । ରାଜ୍ୟରେ ବହୁ ବଡ଼ ବଡ଼ ଦୁର୍ନିତୀ ହୋଇଛି ଏବଂ ଏହା ପଛରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ଥିଲେ ହେଁ ରାଜ୍ୟ ସରକାର ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top