ନ୍ୟୁଜ୍

ନିଜସ୍ୱ ଯୋଜନା ଚଳାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ !

ଭୁବନେଶ୍ୱର: କେନ୍ଦ୍ର ଟଙ୍କାରେ ନାଁ ନେଉଛନ୍ତି ରାଜ୍ୟ ସରକାର । ନିଜସ୍ୱ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ । ପୁଣି ଥରେ ଖୋଲିଛି ବିଜେଡି ଶାସିତ ସରକାରର ମିଛ ମୁଖା । ବିଜୁ ପକ୍କାଘର ଯୋଜନା ପାଇଁ ବଜେଟରେ ବ୍ୟୟ ବରାଦ ଶୂନ । ଏପରି ଅଭିଯୋଗ ଆଣି ପୁଣିଥରେ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।  2019 ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ଉଦ୍ଦେଶ୍ୟରେ 2014 ମସିହାରେ ରାଜ୍ୟ ସରକାର ନିଜସ୍ୱ ଫ୍ଲାଗସିପ ଯୋଜନା ଭାବେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଥିବା ବେଳେ ପ୍ରତି ଆର୍ଥିକ ବର୍ଷରେ ଏହା ପାଇଁ କରୁଥିଲେ ସ୍ୱତନ୍ତ୍ର ବ୍ୟୟ ବରାଦ ।

ହେଲେ ଗତ 2017-18 ଆର୍ଥିକ ବର୍ଷରୁ ସାଧାରଣ ବଜେଟ ହେଉ ବା ଅତିରିକ୍ତ ବଜେଟ ବିଜୁ ପକ୍କାଘର ଯୋଜନା ପାଇଁ କେଉଁଥିରେ ବି ଟଙ୍କାଟିଏ ଦେଉନାହାନ୍ତି ରାଜ୍ୟ ସରକାର ।  ଆଉ ଚଳିତ ବର୍ଷ ବଜେଟରେ ମଧ୍ୟ ବିଜୁ ପକ୍କାଘର ଯୋଜନା ପାଇଁ ରାଜ୍ୟ ସରକାର କରିନାହାନ୍ତି ସ୍ୱତନ୍ତ୍ର ବ୍ୟୟ ବରାଦ । ଥରୁଟିଏ ନଜର ପକାନ୍ତୁ ଅର୍ଥମନ୍ତ୍ରୀ ବିଧାନସଭା ବଜେଟ ଅଧିବେଶନରେ ରଖିଥିବା ତଥ୍ୟ ଉପରେ । ଯେଉଁଥିରେ କି ସଫା ସଫା ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନାର ସଂଯୋଜନାରେ 4 ହଜାର 8 ଶହ 20 କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛନ୍ତି ଅର୍ଥ ମନ୍ତ୍ରୀ ।

ସେହିପରି ଷୋଡଶ ବିଧାନସଭାର ଗତ ଶୀତ ଅଧିବେଶନରେ ଉପସ୍ଥାପିତ କରାଯାଇଥିବା ଅତିରିକ୍ତ ବଜେଟରେ ମଧ୍ୟ ଉଭୟ ଯୋଜନାର ସଂଯୋଜନାରେ ଦିଆଯାଇଛି 251.67 କୋଟି ଟଙ୍କା । କେବଳ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ଭାଗ ଦେଇ ବିଜୁ ପକ୍କାଘରର ତଥାକଥିତ ସଫଳତାକୁ ନେଇ ବାହା ବାହା ନେଉଛନ୍ତି ରାଜ୍ୟ ସରକାର । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଥିବା ଗୃହରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଇ ରାଜ୍ୟ ସରକାର ଚଞ୍ଚକତା କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି  । ଆଉ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ କରିଛି ସମାଲୋଚନା ।

ଦେଖନ୍ତୁ ପୁରା ରିପୋର୍ଟ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top