ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିଲା ଶିକ୍ଷା ବ୍ୟବସ୍ଥା । ସ୍କୁଲରେ ପିଲାଙ୍କ ପାଠପଢ଼ା ସମୟ ଉପରେ ଦିଆଗଲା ଗୁରୁତ୍ୱ । ଇଂରାଜୀ, ଗଣିତ ଓ ବିଜ୍ଞାନ ପାଠ ପଢ଼ା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ, ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ଅଧିକ ସମୟ ଧରି ପଢ଼ାଯିବ । ପୂର୍ବରୁ ଅନ୍ୟ ସବୁ ପିରିୟଡ଼ ଭଳି ଏହି ପିରିୟଡ଼ ଗୁଡ଼ିକ ମଧ୍ୟ 45 ମିନିଟ୍ର ପଢ଼ା ଯାଉଥିଲା । କିନ୍ତୁ ଏବେ ଏହି ତିନୋଟି ବିଷୟର ପିରିୟଡ଼ ସମୟକୁ ବର୍ଦ୍ଧିତ କରାଯାଇଛି । ଏହା 45 ମିନିଟ୍ ବଦଳରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଖାଲି ସେତିକି ନୁହେଁ ବିଭାଗୀୟ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ପ୍ରତି ଜିଲ୍ଲା ସ୍କୁଲରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ । ଆଗାମୀ ଦିନରେ ବ୍ଲକ୍ ସ୍ତରୀୟ ସ୍କୁଲରେ ମଧ୍ୟ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସମୀର ଦାସ ସୂଚନା ଦେଇଛନ୍ତି ।
