X
Breaking News
ଜୀବନ ମନ୍ତ୍ର

ସରକାରୀ ମେଡିକାଲ ଛାତ୍ରଙ୍କୁ ଝଟ୍‌କା: ରାଜ୍ୟ ଛାଡ଼ିଲେ ଗଣିବେ ତଣ୍ଡ

Naba-Das

ଭୁବନେଶ୍ୱର: ଓଡ଼ିଶା ସରକାର ମେଡିକାଲ ବଣ୍ଡ ପଲିସିରେ ସୁଧାର ଆଣିଛନ୍ତି । ସରକାରୀ ମେଡିକାଲରୁ ପିଜି ଏବଂ ସୁପର ସ୍ପେଶାଲିଟି କୋର୍ସ କରିଥିବା ଛାତ୍ର ରାଜ୍ୟ ଛାଡ଼ିଲେ ଏଣିକି ଅଧିକ ତଣ୍ଡ ଗଣିବେ । ଏହି ଛାତ୍ରମାନେ ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧିନରେ ଅତି କମ୍‌ରେ ଦୁଇ ବର୍ଷ ସେବା ଯୋଗାଇବେ ।

ଯଦି କୌଣସି ସୂଚନାରୁ ଜଣାପଡ଼େ ଯେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ ଶେଷ କରିଥିବା ପିଲା, ରାଜ୍ୟ ଛାଡ଼ି ଚାଲିଯାଇଛନ୍ତି କିମ୍ବା ଯିବାକୁ ଚାହିଁବେ ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ନିକଟରେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ । ପିଜି ଛାତ୍ର ରାଜ୍ୟ ଛାଡ଼ିଲେ ଦେଢ଼ କୋଟି ଟଙ୍କା ଦେବାକୁ ନୂଆ ନିୟମ କରାଯାଇଥିବା ବେଳେ ସୁପର ସ୍ପେଶାଲିଟି ଛାତ୍ର 2 କୋଟି ଟଙ୍କା ଫାଇନ୍‌ ଦେବେ ବୋଲି ସ୍ଥିର କରାଯାଇଛି । ତେବେ ଏହି ନିୟମ ଚଳିତ ବର୍ଷରୁ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ସୂଚନାଯୋଗ୍ୟ, ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମେଡିକାଲରେ ଡାକ୍ତର ପଦବୀ ଖାଲିପଡ଼ିଛି । ଏପରିକି ବିଭିନ୍ନ ଡାକ୍ତାରଖାନରେ ରୋଗୀଙ୍କ ଭାଗ୍ୟ ଆମ୍ବୁଲାନ୍ସ ଡ୍ରାଇଭର, ନର୍ସ ଓ ଫର୍ମାସିଷ୍ଟଙ୍କ ହାତରେ ନ୍ୟସ୍ତ । ଏହାସହ ରାଜ୍ୟରେ ପାଖାପାଖି 4000 ଡାକ୍ତର ପଦବୀ ଖାଲିପଡ଼ିଛି । ତେବେ ଏପରି ସ୍ଥିତିରେ ସରକାରଙ୍କ ଏହି ନୂଆ ନିୟମ କିଭଳି କାର୍ଯ୍ୟ କରିବ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top