X
Breaking News
ନ୍ୟୁଜ୍

ରାଜସ୍ୱ ପାଇଁ ମଦର ବନ୍ୟା କରିବେ ସରକାର, ଅଧିକ ବିକ୍ରି କଲେ ମିଳିବ ନଗଦ ପୁରସ୍କାର !

LIQUOR POLITICS GFX_00049_00000

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଜବ ନିୟମ । ରାଜସ୍ୱ ପାଇଁ ସରକାର ରାଜ୍ୟରେ ବୁହାଇବେ ମଦର ବନ୍ୟା  । ମଦ ବିକ୍ରିକୁ ପ୍ରୋତ୍ସାହନ ପାଇଁ ଏପରି ସୁପାରିଶ କରିଛି ଖୋଦ ଗୃହ କମିଟି । କେବଳ ସେତିକି ନୁହେଁ, ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ  ଏଣିକି ଅଧିକ ପରିମାଣର ମଦ ବିକିଲେ ମିଳିବ ନଗଦ ପୁରସ୍କାର ରାଶି । ଏ କଥା ଆମେ କହୁନୁ ବରଂ ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟ ହିଁ କହୁଛି ।

ଏହି ରିପୋର୍ଟରେ ଉଲ୍ଲେଖ ଅଛି କି ଯେଉଁ ମଦ ଦୋକାନ ଏମଜିକ୍ୟୁ କୋଟାଠୁ ଅଧିକ ମଦ ଉଠାଉଛନ୍ତି ସେମାନଙ୍କ ଲାଗି ପୁରସ୍କାରର ବ୍ୟବସ୍ଥା କରାଯିବ । ଖାଲି ସେତିକି ନୁହେଁ ରାଜ୍ୟରେ ଅଧିକ ପରିମାଣର ବିଦେଶୀ ମଦ ଦୋକାନ ଖୋଲିବାକୁ ମଧ୍ୟ ସୁପାରିଶ କରାଯାଇଛି  ।

ଏବାଦରେ ରାଜ୍ୟ ସରକାର ବାର୍ଷିକ 4,600 କୋଟି ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଛନ୍ତି । 2008-09ରେ ଅବକାରୀ ବିଭାଗରୁ 849 କୋଟି ଟଙ୍କା ରାଜସ୍ୱ ମିଳିଥିବା ବେଳେ 2018-19ରେ ଏହା 3 ହଜାର 925 କୋଟି ଟଙ୍କାରେ ପହଞ୍ଚିଛି । ତେବେ ଗୃହ କମିଟିର ଏପରି ନିୟମକୁ କଡା ସମାଲୋଚନା କରିଛନ୍ତି ବିରୋଧୀ  ।

ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଅଧକ୍ଷତାରେ ଗଠିତ 11 ଜଣିଆ କମିଟି ମୋଟ 12ଟି ପ୍ରସ୍ତାବକୁ ସୁପାରିଶ କରିଛି । ଏଥିରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ଅବକାରୀ ପୋଲିସକୁ ଅଧିକ ଅସ୍ତ୍ର ଶସ୍ତ୍ର, ଯାନବାହାନ ଯୋଗାଇବା ସହ 10ଟି ଆର୍ଦଶ ଅବକାରୀ ଥାନା ପ୍ରତିଷ୍ଠା କରିବା ଆଦି ପ୍ରସ୍ତାବ ରହିଛି । ବିଭାଗୀୟ ରିପୋର୍ଟ କହୁଛି ରାଜ୍ୟରେ ବର୍ଷକୁ ବର୍ଷ ମଦ ବିକ୍ରି ବଢୁଛି ।

2009-10 ବର୍ଷରେ ରାଜ୍ୟରେ 265.26 ଲକ୍ଷ ଲିଟର ବିଦେଶୀ ମଦ, 68.39 ଲକ୍ଷ ଲିଟର ଦେଶୀ ମଦ, 635.13 ଲକ୍ଷ ବିଅର ବିକ୍ରି ହୋଇଥିବା ବେଳେ 2018-19 ବେଳକୁ ଏହା 528.92 ଲକ୍ଷ ଲିଟର ବିଦେଶୀ ମଦ, 95.56 ଲକ୍ଷ ଲିଟର ଦେଶୀ ମଦ ଓ 867.53 ଲକ୍ଷ ଲିଟର ବିୟର ବିକ୍ରି ହୋଇଛି  । ମାତ୍ର ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ଏହି ରିପୋର୍ଟ ଫାଇନାଲ ରିପୋର୍ଟ ନୁହେଁ  ।

ଗୋଟିଏ ପଟେ ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ,  ଲୁଣ୍ଠନ, ରାହାଜାନୀ, ଦୁର୍ଘଟଣା ଦିନକୁ ଦିନ ବଢି ଚାଲିଥିବା ବେଳେ ଗୃହ କମିଟିର ଏପରି ଅଜବ ନିୟମ ରାଜ୍ୟବାସୀଙ୍କୁ କେତେ ଫାଇଦା ଦେବ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top