ନ୍ୟୁଜ୍

କାଳିଆ ତାଲିକାରେ ଜଣେ ହିତାଧିକାରୀଙ୍କ ନାମ ୨୨ଥର ଏବଂ ୨୨ଟି ସିରିଏଲ ନମ୍ବର

kalia fraud

ଖୋର୍ଦ୍ଧା:  କାଳିଆ ଯୋଜନାରେ ବଡ଼ ବିଭ୍ରାଟ! ଖୋର୍ଧା ଜିଲ୍ଲାରେ ଏଭଳି ପ୍ରମାଣ ମିଳିଛି ଯେଉଁଥିରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ଯିବାରେ ସତ  କଣ  ତାହା ପଦାରେ ପଡ଼ିଛି । ଯାହା ଅଭିଯୋଗ ହେଉଛି ଏବଂ ଗ୍ରାଉଣ୍ଡ ଜିରୋରୁ ଯାହା ତଥ୍ୟ ଆମେ ପାଇଛୁ ସେଥିରେ ଜଣେ ହିତାଧିକାରୀଙ୍କ 22ଟି ସିରିଏଲ ନମ୍ବର ରହିଛି ଆଉ 22ଥର ନାମ ରହିଛି । ସେହିଭଳି ଗୋଟିଏ ଆକାଉଂଟକୁ ବାରମ୍ବାର 5 ହଜାର ଲେଖାଏଁ ଟଙ୍କା  ଅନେକ ଥର ଆସିଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିରୁ କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଯେଉଁ ବା ବା ନେଉଛନ୍ତି ତା ଭିତରେ କେତେ ଦୁର୍ନୀତି ହୋଇଛି ଏବଂ ବିଭ୍ରାଟ ହୋଇଛି ତାହା ସହଜରେ ଅନୁମାନ କରାଯାଇପାରେ ।  ରାଜ୍ୟ  ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ତରବରିଆ ଭାବେ ଟଙ୍କା ପଠାଇଥିବା ଯାହା ଅଭିଯୋଗ ହେଉଛି ତାହା ଏହି ତଥ୍ୟରେ ସଂପୂର୍ଣ୍ଣ ଭାବେ ପରିପ୍ରକାଶ ହେଉଛି ।  କାଳିଆ ଯୋଜନାକୁ ନେଇ ଚାଷୀଙ୍କ ଅସନ୍ତୋଷ ପ୍ରଥମ ଦିନରୁ ପ୍ରକାଶ ପାଇଥିବା ବେଳେ ଦିନକୁ ଦିନ ଅଭିଯୋଗ ବଢ଼ିବାରେ ଲାଗିଛି ।    ଏଥିରୁ ଯାହା ଜଣାପଡ଼ୁଛି  କାଳିଆ ଯୋଜନାରେ କେବଳ ବିଭ୍ରାଟ ହୋଇନି  ବଡ଼ ଘୋଟାଲାର ବାସ୍ନା ବାରି ହେଉଛି ।

ଗୋଟିଏ ପଟେ  ପ୍ରଥମେ ଚାଷୀଙ୍କ ନା ହିତାଧୀକାରୀ ତାଲିକାରେ ରହିନଥିବା ବେଳେ ଆଉ କେଉଁଠି  ନେତା ମନ୍ତ୍ରୀଙ୍କ ନାଁ ରହିଥିବା ଦେଖାଯାଇଥିଲା । ଏବେ ନୂଆ ଘଟଣାଟି ହେଉଛି ଯେ, ଜଣେ ହିତାଧୀକାରୀଙ୍କ ନାଁ ଗୋଟିଏ ଲିଷ୍ଟରେ ବାରମ୍ବାର ରହିଥିବା ସହ ତାଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ବାରମ୍ବାର ଟଙ୍କା ପ୍ରଦାନ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସବୁ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ପ୍ରଥମ କିସ୍ତିରେ 5000 ଟଙ୍କା ଲେଖାଏଁ ପଠାଇଛନ୍ତି ବୋଲି ଡେଙ୍ଗୁରା ପିଟୁଥିଲେ ମଧ୍ୟ ଅଜି ଯାଏ ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚି ନାହିଁ । ଗୋଟିଏ ଅଞ୍ଚଳର କିଛି ଚାଷୀଙ୍କୁ ଏହି ଟଙ୍କା ପହଞ୍ଚିଥିବା ବେଳେ ଆଉ କିଛି ଚାଷୀଙ୍କୁ ପହଞ୍ଚିନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଟଙ୍କା ପାଇନଥିବା ଚାଷୀମାନେ ଏବେ ରାଜ୍ୟ ସରକାରଙ୍କୁ ମିଛୁଆ ସରକାର ବୋଲି କହିଛନ୍ତି । ଅନ୍ୟ କେବଳ ଦଳୀୟ କର୍ମୀଙ୍କୁ ଚାଷୀର ରୂପ ଦେଇ ତାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଥିବା ମଧ୍ୟ ଏବେ ଚର୍ଚ୍ଚା ହେଲାଣି ।

ତେବେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଲା, ଖୋର୍ଦ୍ଧା ଜିଲ୍ଲା ମଗଂଳାଯୋଡି ଗ୍ରାମପଞ୍ଚାୟତର ରାଉଳ ସାହିର ମିନା ସ୍ୱାଇଁଙ୍କ ନାଁ କାଳିଆ ହିତାଧିକାରୀ ତାଲିକାରେ ଭିନ୍ନ ଭିନ୍ନ ସିରିଏଲ ନମ୍ବରରେ 22 ଥର ରହିଛି ।

ଏ ସଂପର୍କରେ ମଗଂଳାଯୋଡି ସରପଞ୍ଚ ପ୍ରତିନିଧିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଏହା ସହ ଏହି ଭୁଲ୍‌ ପାଇଁ ସେ ଅନ୍ୟକୁ ଦୋଷ ଲଦିଛନ୍ତି । ଟାଗିଂ ବ୍ଲକ ଅଧ୍ୟକ୍ଷଙ୍କୁ ଏ ସଂପର୍କରେ ପଚାରିବାରୁ ଆମ ପାଖରେ ଏଭଳି ଖବର ନାହିଁ ଯଦି ଏଭଳି ବିଭ୍ରାଟ ହୋଇଥିବ ଏବଂ ଜଣେ ଲୋକପାଖକୁ ଟଙ୍କା ଯାଇଥାଏ ତେବେ ସେହି ଆକାଉଣ୍ଟ ସିଜ୍‌ କରାଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top