X
Breaking News
ନ୍ୟୁଜ୍

ଜଳ ବିନା ହନ୍ତସନ୍ତ ଦୋଳମଣ୍ଡପ ଗ୍ରାମବାସୀ

water problem

ଅନୁଗୁଳ: ଶିଳ୍ପ ଜିଲ୍ଲା ଅନୁଗୁଳରେ ଆଜି ବି ଚୁଆ ପାଣି ପିଉଛନ୍ତି ଗାଁ ଲୋକେ । ଏହି ଗାଁ ଲୋକଙ୍କୁ ଭରସା ଚୁଆ ପାଣି । ଗାଁରେ ନାହିଁ ପିଇବା ପାଣିର ସୁବିଧା । ପ୍ରଶାସନକୁ ଯେତେ ଗୁହାରି କାଲେ ବି କେହି ସେମାନଙ୍କ କଥା ଶୁଣୁ ନାହାନ୍ତି । ଏଭଳି ସ୍ଥିତି ରହିଛି ଜିଲ୍ଲାର ବଅଁରପାଳ ବ୍ଳକର ନାଉପାଳ ଦୋଳମଣ୍ଡପ ସାହିରେ । ସତେ ଯେମିତି ଖରା ଦିନ ଆସିଲେ ପିଇବା ପାଣି ପାଇଁ ହା ହା କାର ପଡ଼ିଯାଏ ଏହି ଗାଁ ରେ ।

water problem

ଏ ହେଉଛି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକର ନାଉପାଳ ଦୋଳମଣ୍ଡପ ସାହି । ୫୦ଟି ପରିବାରର ୫ ଶହରୁ ଅଧିକ ଲୋକ ରୁହନ୍ତି ଏହି ସାହିରେ ।ଏବେ ଦେଖନ୍ତୁ ଏହି ଚିତ୍ର କୁ ସକାଳ ହେଲେ ସାହିର ମହିଳାମାନେ ଧାଡି ବାନ୍ଧି କିଭଳି ପାଣି ଆଣିବାକୁ ବାହାରୁଛନ୍ତି । ସାହି ଠାରୁ ପ୍ରାୟ ୨କି.ମି ଦୁର ମାତେଳିଆ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଯାହା ପିଇବା ଯୋଗ୍ୟ ନୁହେଁ । କିନ୍ତୁ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି । ଏହାକୁ ଛାଡିଲେ ସାହିରେ ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ । କିଛି ଦୂରରେ ଅନୁଗୁଳ-କଟକ ରାସ୍ତା କଡ଼ରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଏକ ନଳକୁଅ ଉପରେ ମଧ୍ୟ ଅଧିକାଂଶ ସମୟରେ ନିର୍ଭର କରନ୍ତି ସାହିସାରା ଲୋକେ । ଫଳରେ ପାଣି ଟୋପାଏ ପାଇଁ ସକାଳୁ ସଞ୍ଜ ଯାଏଁ ମହିଳାଙ୍କ ଲମ୍ବା ଲାଇନ ଲାଗୁଛି । ସେଥିରୁ ପୁଣି ବାହାରୁଛି ଲୁହାଗୁଣ୍ଡ ମିଶା ଗୋଳିଆ ପାଣି । ବାଧ୍ୟ ହୋଇ ସେମାନେ ସେହି ପାଣିକୁ ଛାଣି ନେଉଛନ୍ତି ।

water problem

ସାହିର ଲୋକେ ପିଇବା ପାଣି ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି ଆପତି କରିଛନ୍ତି । ପ୍ରତ୍ୟକ ବର୍ଷ ଖରାଦିନେ ପ୍ରଶାସନକୁ ଗୁହାରି କରିଛନ୍ତି । ହେଲେ କେହି ବୁଝୁ ନାହାନ୍ତି ସେମାନଙ୍କ ଦୁଃଖ । ବହୁବାର ଦାବି ପରେ ଦୁଇ ବର୍ଷ ପୁର୍ବେ ଏକ ନଳକୁଅ ଖନନ ପାଇଁ ପଦକ୍ଷେପ ନିଆ ଯାଇଥିଲା । ସାହି ବାସିନ୍ଦା ନିଜେ ଜାଗା ପରିସ୍କାର କରିଥିଲେ । ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଲୋକଙ୍କୁ ସେଠାରେ ନଳକୁଅ ଖନନ ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଭୁଲିଗଲେ ପ୍ରତିଶୃତି । ଆଜି ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଲୋକଙ୍କ ଏହି ଅସୁବିଧା ସମ୍ପର୍କରେ ଆମେ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top