ନ୍ୟୁଜ୍

ନିଆରା ପରମ୍ପରା, ଜିଲ୍ଲାପାଳଙ୍କୁ ମୁକୁଟ ପିନ୍ଧାଇ ରାଜାଭିଷେକ କଲେ ଗ୍ରାମବାସୀ…

Collector Raja

ଜଗତସିଂହପୁର: ଜିଲ୍ଲାପାଳଙ୍କ ରାଜାଭିଷେକ କଲେ ଗ୍ରାମବାସୀ । ମୁକୁଟ ପିନ୍ଧାଇଲେ ପୂଜାର୍ଚ୍ଚନା କଲେ । ଆଉ ରାଜା ହେଲେ ଜିଲ୍ଲାପାଳ । ପରେ ବସିଲା ରାଜ ଦରବାର । ରାଜାଙ୍କୁ ଭେଟି ଦୁଃଖ ଜଣାଇଲେ ପ୍ରଜା । ଜଗତସିଂହପୁର ଜିଲ୍ଲା ସିଦ୍ଧ ବଳଦେବଜିଉ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଜିଲାପାଳଙ୍କ ରାଜାଭିଷେକ ଉତ୍ସବ ।

Collector Raja

ଜିଲ୍ଲା ପ୍ରଶାସନର ମୁଖ୍ୟ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଲେ ଠାକୁର ରାଜା । ଠାକୁର ରାଜା ଭାବରେ ଜିଲ୍ଲାପାଳଙ୍କୁ ଅଭିଷିକ୍ତ କରିଛନ୍ତି ଗ୍ରାବାସୀ । ସିଦ୍ଧଳ ସ୍ଥିତ ବହୁ ପ୍ରାଚୀନ ଶ୍ରୀ ବଳଦେବଜିଉ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ରାଜାଭିଷେକ ଉତ୍ସବ । ପୂର୍ବ ପରମ୍ପରା ଅନୁସାରେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ରାଜାଭିଷେକ କରିଥିଲେ । ଏହି ଅବସରରେ ପ୍ରଥମେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କୁ ମନ୍ଦିରକୁ ଅଣାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ରାଜାଭିଷେକ ହେବାର ସ୍ୱତନ୍ତ୍ର ରୀତିନୀତି । ବୈଦିକ ବ୍ରାହ୍ମଣମାନେ ଠାକୁର ରାଜାଙ୍କୁ ରାଜାଭିଷେକ କରାଇଲେ ।

Collector Raja

ଧର୍ମପତ୍ନୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତଙ୍କୁ ପୂଜାର୍ଚ୍ଚନା ପରେ ବସିଲା ରାଜ ଦରବାର । ଯେଉଁଥିରେ ନୂତନ ରାଜାଙ୍କୁ ପ୍ରଜା ଭାବରେ ଅନେକ ମହିଳା ଓ ପୁରୁଷ ପୁଷ୍ପ ଗୁଚ୍ଛଦେଇ ସ୍ୱାଗତ କଲେ । ଏହାପରେ ରାଜାଙ୍କୁ ଜଣଙ୍କ ପରେ ଜଣେ ନିଜର ଦୁଃଖ ଜଣାଇଥିଲେ । ଆଉ ଲୋକଙ୍କ ଗୁହାରି ଶୁଣି ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଠାକୁର ରାଜା ।

Collector Raja

Click to comment

Leave a Reply

Your email address will not be published. Required fields are marked *

Most Popular

To Top