ନ୍ୟୁଜ୍

ବିଚ୍‌ ରାସ୍ତାରେ ଜଳିଗଲା ଦୁଇ ବସ୍‌

bus fire

ଯାଜପୁର: ରାସ୍ତାରେ ଛିଡା ହୋଇଥିବା ବେଳେ ଜଳିଗଲା ଦୁଇ ବସ । ଯାଜପୁର ରୋଡ଼ ବସଷ୍ଟାଣ୍ଡରେ 2ଟି ଘରୋଇ ବସରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି । ଏଥିରେ କାହାରି କୌଣସି କ୍ଷତି ହୋଇନଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୁଲୋଚନା ଓ ନିରୁପମା ନାମକ ଏହି 2ଟି ଘରୋଇ ବସ ସବୁଦିନ ପରି ଆଜି ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ଼ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ପରେ ଯାତ୍ରୀଙ୍କୁ ଛାଡ଼ି ବସ ଧୁଆ ପୋଛା କରି ଚାଳକ ଓ ହେଲ୍ପର ଖାଇବାକୁ ଯାଇଥିଲେ । କିଛି ସମୟ ପରେ ବସରେ ହଠାତ ହୁତୁ ହୁତୁ ହୋଇ ଜଳି ଉଠିଥିଲା । ତେବେ କେଉଁ ପରିସ୍ଥିତିରେ ବସ 2ଟିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top