X
Breaking News
ନ୍ୟୁଜ୍

ବଜ୍ରପାତ ଯୋଗୁଁ ଝାରସୁଗୁଡ଼ା ବିମାନବନ୍ଦରରେ ଲାଗିଲା ନିଆଁ

Jharsuguda Airport

ଝାରସୁଗୁଡ଼ା: ବୀରସୁରେନ୍ଦ୍ର ସାଏ ବିମାନବନ୍ଦରର ରନ୍‌ୱେ ନିକଟରେ ଗୁରୁବାର ରାତି ୮.୩୦ରେ ଅଗ୍ନିକାଣ୍ଡ ଘଟିଥିଲା । ବଜ୍ରପାତ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ଉପସ୍ଥିତ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିିଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖବର ପାଇ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିମାନବନ୍ଦରରେ ଥିବା ୨ଟି ଓ ଝାରସୁଗୁଡ଼ାର ଗୋଟିଏ ଦମକଳ ଗାଡ଼ି ପହଂଚିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି 30 ମିନିଟ୍‌ ସମୟ ଲାଗିଥିବା ଜଣାପଡ଼ିଛି ।

Airport Firemishap

ନିଆଁ ଲିଭିଯିବା ପରେ ହାଇଦ୍ରାବାଦ୍‌-କୋଲକାତା ବିମାନ ସ୍ପାଇସ୍‌ଜେଟ୍‌ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲା ବୋଲି କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top