ନ୍ୟୁଜ୍

କାମରେ ଆସୁନି ସରକାରୀ ଅନୁଦାନ, ଅବ୍ୟବସ୍ଥା ଘେରରେ ରାଣୀପୁର-ଝରିଆଲ ପର୍ଯ୍ୟଟନ ସ୍ଥଳୀ

Ranipur jharial

ବଲାଙ୍ଗିର: କାମରେ ଆସୁନାହିଁ କୋଟି କୋଟି ସରକାରୀ ଅନୁଦାନ । ଶୋଚନୀୟ ଅବସ୍ଥାରେ ପଶ୍ଚିମ ଓଡିଶାର ପର୍ଯ୍ୟଟନ ସ୍ଥଳୀ ରାଣୀପୁର-ଝରିଆଲ । ରକ୍ଷଣା ବେକ୍ଷଣା ଅଭାବରୁ ଧିରେ ଧିରେ ଏହାର ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି ।

 

ଅବହେଳିତ ପଶ୍ଚିମଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀପୁର-ଝରିଆଲ । ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡାରେ ଅବସ୍ଥିତ ସୁପ୍ରସିଦ୍ଧ ଶୈବପୀଠ ରାଣୀପୁର-ଝରିଆଲ । ରାଣୀପୁରରେ ବିଶେଷତଃ କହିଲେ ରାଜା ସୋମେଶ୍ୱର ରାଣୀଙ୍କର ମହଲ ଅଛି । ଏହାସହ ସେଠାରେ ଗୋଟେ ଭାଗ୍ୟ ପଥର ଅଛି । ଯାହାକୁ ଗୋଟେ ପଟେ ମାପ କଲେ 22 ହାତ ଓ ଅନ୍ୟପଟୁ ମାପ କଲେ କିଛି କମ ବା କିଛି ଅଧିକ ହୁଏ । ଏହି ସ୍ଥଳୀର ମୁଖ୍ୟ ଆକର୍ଷଣ ହେଉଛି ଅଭିମନ୍ୟୁ ଚକ୍ରବ୍ୟୁହ । ସେଇ ଚକ୍ରବ୍ୟୁହକୁ ଭେଟିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥାନ୍ତି ପର୍ଯଟକ ।

ଝରିଆଲରେ ଅବସ୍ଥିତ ‘ସୋମସାଗର’ । କୁହାଯାଏ, ଏ ସାଗରର ମଧ୍ୟଭାଗରେ କେତେ ଗଡ଼ିଆ ଅଛି ତାହା ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି । ଏହାର ମୁଖ୍ୟ ଆକର୍ଷଣ ହେଲା 64 ଯୋଗିନୀ ମନ୍ଦିର । ଏହି ପୀଠରେ ନବଗ୍ରହଙ୍କ ମୂର୍ତ୍ତି ମଧ୍ୟ ରହିଛି । ଏହାକୁ ତନ୍ତ୍ର ଯନ୍ତ୍ର ମନ୍ତ୍ରର ପୀଠ କୁହାଯାଏ । ନବମ ଶତାବ୍ଦୀରେ ଏହି ସ୍ଥାନ ସ୍ଥାପନା କରିଥିଲେ ରାଜା ସୋମେଶ୍ୱର ।

ହେଲେ ଆଜି ମଧ୍ୟ ଏହି ରାନିପୁର-ଝରିଆଲର ସ୍ଥିତି ସୋଜନ୍ୟ । ସରକାରଙ୍କ ତରଫରୁ ବହୁ ବାର ଏହାର ଉନ୍ନତିକରଣ ଓ ଉଦ୍ଧାର ପାଇଁ ପାଣ୍ଠି ଦିଆଯାଉଛି । କିଛି କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । କିନ୍ତୁ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଏହା ନିଜର ଅସ୍ତିତ୍ୱ ହରାଇବାରେ ଲାଗିଛି । ସେପଟେ ଜନସଚେତନତା ଓ ରାଜ୍ୟ ସରକାରଙ୍କ ଅବହେଳା ଥିବା କହିଛନ୍ତି ସାହିତ୍ୟ ଓ ସଂସ୍କୃତିର ଗବେଷକ ।

Ranipur jharial

Click to comment

Leave a Reply

Your email address will not be published. Required fields are marked *

Most Popular

To Top