ନ୍ୟୁଜ୍

ସରିନି କାମ, କିନ୍ତୁ ନିର୍ମାଣଧୀନ ରାସ୍ତାରୁ ଉଠିଗଲା ପିଚୁ

road

କଳାହାଣ୍ଡି: ସରକାର ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଠିକଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ  ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କଳାହାଣ୍ଡି ଜିଲ୍ଲା କଲପୁର ବ୍ଲକର ଗ୍ରାମାଞ୍ଚଳକୁ ଯୋଗାଯୋଗ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ଗଉଡକେନ୍ଦୁଗୁଡା ଠାରେ ବିଜୁ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ କରାଯାଇଛି । ହେଲେ ସରକାରଙ୍କ ନିୟମ ଅନୁଯାୟୀ ରାସ୍ତା ତିଆରି ପୂର୍ବରୁ ରାସ୍ତାର ସବିଶେଷ ତଥ୍ୟ ଏକ ସୂଚନା ଫଳକରେ ଲେଖାଯିବା କଥା । କିନ୍ତୁ ଏହି ରାସ୍ତା କାମ ବିନା ସୂଚନାଫଳକରେ ଚାଲିଥିବା ବେଳେ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେପଟେ ନିର୍ମାଣଧୀନ ରାସ୍ତାରୁ ଅଧେ ଅଧେ ଛାଡିଯିବାକୁ ବସିଲାଣି । ଏନେଇ ଗ୍ରାମବାସୀମାନେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ରାସ୍ତାକାମ ପ୍ରତି ଦୃଷ୍ଟି ଦେଇ ଏହାର ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top