X
Breaking News
ଅପରାଧ

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ: ଚୋରି ସନ୍ଦେହରେ ଗୋଟିଏ ପରିବାରକୁ ନିସ୍ତୁକ ମାଡ଼ ଅଭିଯୋଗ

Nayagarh

ନୟାଗଡ଼: ନୟାଗଡ଼ରେ ପୁଣି ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଜିଲ୍ଲାର ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟଗଡ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ  ଘଟଣା ।

ଗାଁରେ ସୁନା ଚୋରିକୁ ନେଇ  ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରୁ ଗ୍ରାମସଭାର ନିଷ୍ପତି କ୍ରମେ ଗାଁରେ ଖଟ ବୁଲାଇ ଚୋରି ସନ୍ଦେହରେ ଗାଁର ଏକ ପରିବାରର ସଦସ୍ୟଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼ ଅଭିଯୋଗ । ଘଟଣାକୁ ନେଇ  ପୀଡିତ ପରିବାରଙ୍କ  ପକ୍ଷରୁ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ଅଭିଯୋଗ ଅନୁସାରେ ଗତ ମେ ମାସ ୧୮ ତାରିଖରେ ଏହି ଗାଁର ଭାସ୍କର ଦୋରାଙ୍କ ଘରୁ ଆଲମିରା ଭାଙ୍ଗି ଲୁଟ ହୋଇଥିଲା । ସେ ଏନେଇ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ମାତ୍ର ପୋଲିସ ଚୋର ଧରିବାରେ ବିଫଳ ହେବାରୁ ଭାସ୍କର ଗାଁରେ   କଙ୍ଗାରୁ କୋର୍ଟ ବସାଇଥିଲେ  ।

ଆଜି  କଙ୍ଗାରୁ କୋର୍ଟର ନିର୍ଦ୍ଦେଶ କ୍ରମେ ଜଣେ ଗୁଣିଆ  ଡାକି ଚୋରି ସନ୍ଦେହରେ ପୀଡିତ ପରିବାରକୁ ଗ୍ରମବାସୀ ମାଡ଼ ମାରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୀଡିତ ପରିବାରର ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଆହତମାନେ ସୁନାଖଳକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଏବଂ ଅଭିଯୋଗ ଆଧାରରେ ଗାଁ ରେ ପୋଲିସ ପହଂଚି ତଦନ୍ତ ଜାରିରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top